ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ବତକ ବୋହିନେଲେ ଲୋକେ
By: Samaya Live News
ଭୁବନେଶ୍ୱର : ଆଜି ଭୁବନେଶ୍ୱର ଉପକଣ୍ଠ ଆଇଗିଣିଆ ଓଭରବ୍ରିଜ ଉପରେ ଏକ ବତକ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ପାଖାପାଖି ୩୦୦୦ରୁ ଅଧିକ ବତକ ମୃତ୍ୟୁ ଘଟିଥିଲା । ତାମିଲନାଡ଼ୁରୁ ଝାରଖଣ୍ଡ ଅଭିମୁଖେ ଟ୍ରକଟି ଯାଉଥିବାବେଳେ ଆଜି ଭୋର ୩.୩୦ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଟ୍ରକ । ସମୁଦାୟ ୪୦୦୦ ବତକ ଗାଡ଼ିରେ ଥିବା ସୂଚନା ମିଳିଛି। ବ୍ରେକଫେଲ୍ ହେବା କାରଣରୁ ଦୁର୍ଘଟଣା ଘଟିଥିବା କହିଛନ୍ତି ଡ୍ରାଇଭର । କ୍ରେନ୍ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ସ୍ଥାନୀୟ ଲୋକେ ପୁଳା ପୁଳା ମୃତ ବତକକୁ ବୋହି ନେଇ ଯାଉଥିବା ଦେଖାଯାଇଥିଲା ।
ସମ୍ବନ୍ଧିତ ଖବର ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ,ଜନ ଜୀବନ ପ୍ରଭାବିତ
Tags:



