ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ଅଧା ରାସ୍ତାରେ ରୋଗୀଙ୍କ ମୃତ୍ୟୁ
ଭୁବନେଶ୍ୱର : ତେଲ ପାଇଁ ଗଲା ରୋଗୀଙ୍କ ଜୀବନ । କଥାଟି ଶୁଣିବାକୁ ଅଡୁଆ ଲାଗୁଥିଲେ ବି ଘଟଣାଟି ସତ । ଆମ୍ବୁଲାନ୍ସ ରୁ ତେଲ ସରିଯିବାରୁ ଅଧାବାଟରେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି । ତେଲ ସଙ୍କଟ ଭିତରେ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି କଟକରୁ । କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ଯୁବକ ବିଷପିଇ ଗୁରୁତର ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ କଟକ ଏସସିବି ମେଡିକାଲକୁ ଆଣିଥିଲେ । ତେବେ ସେଠାରୁ ପୁଣି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍କୁ ସ୍ଥାନାନ୍ତର ବେଳେ କାଠଯୋଡ଼ି ନଦୀ ବ୍ରିଜ ଉପରେ ହଠାତ୍ ଆମ୍ବୁଲାନ୍ସର ପେଟ୍ରୋଲ ଶେଷ ହୋଇଯାଇଥିଲା । ତେଲ ସରିଯିବାରୁ ରାସ୍ତାରେ ଅଟକିଥିଲା ଆମ୍ବୁଲାନ୍ସ। ଫଳରେ କିଛି ସମୟ ପରେ ରୋଗୀଙ୍କ ମୃତ୍ୟୁ ହୋଇଥିଲା ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏମିତିକି ଆମ୍ବୁଲାନ୍ସର ଅକ୍ସିଜେନ ମଧ୍ୟ ଶେଷ ହୋଇଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।
Tags:



