ଉଡାଣ ବାତିଲ ପରେ ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀଙ୍କ ହଙ୍ଗାମା
ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରେ ମହିଳା ଯାତ୍ରୀଙ୍କ ହଙ୍ଗାମା । ଯାନ୍ତ୍ରିକ ସମସ୍ୟା ନେଇ ଇଣ୍ଡିଗୋ ବିମାନ ବାତିଲ ପରେ ତାତିଥିଲେ ମହିଳା ଯାତ୍ରୀ । ଦୀର୍ଘ ସମୟ ଧରି ଅପେକ୍ଷାକରି ଶେଷରେ ବିମାନ ବାତିଲ ହେବାରୁ ଧୈର୍ଯ୍ୟଚ୍ୟୁତ ହୋଇ ମହିଳା ଯାତ୍ରୀ ଜଣକ କମ୍ପ୍ୟୁଟର ଓ ସ୍କାନର ଆଦି ଭାଙ୍ଗି ଦେଇଥିବା ସୂଚନା ମିଳିଛି । ଏପରିକି ସେ ଷ୍ଟାଫ୍ ଙ୍କୁ ଗାଳି ଦେବା ସହ CISFକୁ ମଧ୍ୟ ନାକେଦମ କରିଥିଲେ । ମହିଳା ଯାତ୍ରୀ ଜଣକ ତାଙ୍କ ପୁଅର ଚିକିତ୍ସା ପାଇଁ ଆଲାହାବାଦରୁ ଭୁବନେଶ୍ୱର ଆସିଥିବା ସେହି ଇଣ୍ଡିଗୋ ବିମାନଟି ପୁନର୍ବାର କୋଲକାତା ଯିବାକୁ ଥିଲା । ତେବେ ତିନି ଘଣ୍ଟା ଧରି ବିମାନ ଉଡନାରେ ବିଳମ୍ବ ପରେ ରେ ଯାନ୍ତ୍ରିକ ତ୍ରୁଟି କାରଣରୁ ପାଇଲଟ୍ ଶେଷ ମୁହୂର୍ତ୍ତରେ ଉଡ଼ାଣ ମନା କରିଦେଇଥିଲେ । ଦୀର୍ଘ ଅପେକ୍ଷା ପରେ କ୍ଷୁବ୍ଧ ଯାତ୍ରୀମାନେ ବିମାନବନ୍ଦର ଭିତରେ ହଙ୍ଗାମା କରିବା ସହ କମ୍ପୁଟର ଓ ସ୍କାନର ଭାଙ୍ଗିଦେଇଥିଲେ । ସେପଟେ, ବିମାନଟି ବାତିଲ ହେବା ପରେ ଅନ୍ୟ କନେକଟିଂ ବିମାନ ଯୋଗେ ଯାତ୍ରୀମାନେ କୋଲକାତା ଅଭିମୁଖେ ଯାଇଥିଲେ । ବିମାନବନ୍ଦର ସମ୍ପତ୍ତି ନଷ୍ଟ କରିଥିବା ଯାତ୍ରୀଙ୍କୁ ୬୫ ହଜାର ଟଙ୍କା ଜୋରିମାନା କରାଯାଇଛି।




