କାଞ୍ଜିପାଣି ଘାଟିରେ ଯାତ୍ରୀବାହି ବସ ଦୁର୍ଘଟଣା

କାଞ୍ଜିପାଣି ଘାଟିରେ ଯାତ୍ରୀବାହି ବସ ଦୁର୍ଘଟଣା
Samaya Live News Picture
Published On

ବାଂଶପାଳ : ତେଲକୋଇ-କାଞ୍ଜିପାଣି ଘାଟିରେ ଯାତ୍ରୀବାହି ବସ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ୩୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ଦୁର୍ଗାମାଧବ ନାମକ ଏକ ଯାତ୍ରୀବାହି କାଳିଆହତାରୁ କେନ୍ଦୁଝର ଆସୁଥିବା ବେଳେ ଭାରସାମ୍ୟ ହରାଇ କାଞ୍ଜି ପାଣି ଘାଟିରେ ଓଲଟି ପଡିଥିଲା । ଦୁର୍ଘଟଣାରେ ବସଟି ଭାଙ୍ଗିରୁଜି ଯାଇଥିବାବେଳେ କିଛି ଯାତ୍ରୀ ଆହତ ହୋଇଛନ୍ତି । କାଞ୍ଜିପାଣି ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଘାଟି ରାସ୍ତାର ଏକ ବୁଲାଣି ନିକଟରେ ବସ୍‌ଟି ହଠାତ୍ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଖବର ପାଇ ତେଲକୋଇ ଦମକଳବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଦୁର୍ଘଟଣାର ପ୍ରଭାବରେ ବସ୍‌ର ସାମ୍ନା ଓ ପାର୍ଶ୍ୱ ଅଂଶ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ତେବେ ଭାଗ୍ୟବଶତଃ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବସ୍‌ଟି ଗଭୀର ଖାଇକୁ ଖସିନଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି । ଏହି ଘଟଣା ପରେ ଘାଟି ରାସ୍ତାରେ ଯାତ୍ରୀବାହୀ ଗାଡ଼ି ଚଳାଚଳ ସମୟରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି

 

Tags: