ଅଂଶୁଘାତ କଟକଣା : ସକାଳ ୧୧ରୁ ଅପରାହ୍ନ ୩ଟା ଯାଏ ଶ୍ରମିକଙ୍କୁ କାମ କରିବା ମନା

ଅଂଶୁଘାତ କଟକଣା : ସକାଳ ୧୧ରୁ ଅପରାହ୍ନ ୩ଟା ଯାଏ ଶ୍ରମିକଙ୍କୁ କାମ କରିବା ମନା
Samaya Live News Picture
Published On

ଭୁବନେଶ୍ୱର : ହିଟ ୱେଭ ଗାଇଡଲାଇନ ଜାରି କଲେ ରାଜ୍ୟସରକାର । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ ସମ୍ଭାବ୍ୟ ଅଂଶୁଘାତକୁ ଦୃଷ୍ଟିରେ ରଖି ଶ୍ରମିକଙ୍କ ପାଇଁ କଟକଣା ଜାରି କରିଛି ଶ୍ରମ ବିଭାଗ । ଆସନ୍ତା ଏପ୍ରିଲ ୧ରୁ ଜୁନ୍ ୧୫ ତାରିଖ ପର୍ଯ୍ୟନ୍ତ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ ଶ୍ରମିକଙ୍କୁ କାମ କରିବା ମନା । ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ପକ୍ଷରୁ ଏ ନେଇ ସମସ୍ତ ରାଜସ୍ୱ କମିଶନର, ଜିଲ୍ଲାପାଳ ଓ ଶ୍ରମ କମିଶନରଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ନିୟମ ସମସ୍ତ ବାଣିଜ୍ୟିକ ପ୍ରତିଷ୍ଠାନ, ଶିଳ୍ପ ସଂସ୍ଥା, ଦୋକାନ ଓ ବେସରକାରୀ ନିଯୁକ୍ତିଦାତାଙ୍କ ପାଇଁ ଲାଗୁ ହେବ । 

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସମେତ ଠିକାଦାରମାନଙ୍କୁ ମଧ୍ୟ ଏହି ନିର୍ଦ୍ଦେଶ ମାନିବାକୁ କୁହାଯାଇଛି। ଶ୍ରମିକମାନଙ୍କୁ ରୌଦ୍ରତାପରୁ ରକ୍ଷା କରିବା ପାଇଁ ଆବଶ୍ୟକ ସ୍ଥଳେ କାର୍ଯ୍ୟନିର୍ଘଣ୍ଟ ବା ସମୟ ପରିବର୍ତ୍ତନ କରିବାକୁ ପରାମର୍ଶ ଦିଆଯାଇଛି । ଯଦି କୌଣସି ଜରୁରୀ କାର୍ଯ୍ୟ ଥାଏ, ତେବେ ଶ୍ରମିକଙ୍କ ସୁରକ୍ଷା ପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Tags: