ଭୁବନେଶ୍ୱର ବିମାନବନ୍ଦରରେ ନିର୍ମିତ ହେଲା ପାରାଲାଲ୍ ଟାକ୍ସି ଟ୍ରାକ୍
ଘଣ୍ଟାକୁ ୧୫-୨୦ ଟି ବିମାନ ଉଡ଼ିପାରିବ
ଭୁବନେଶ୍ୱର: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ଭୁବନେଶ୍ୱର ଆକାଶରେ ବିମାନକୁ ଆଉ ଅଧିକ ସମୟ ଧରି ଚକ୍କର କାଟିବାକୁ ପଡ଼ିବ ନାହିଁ କିମ୍ବା ରନ୍ୱେ ଖାଲି ହେବା ପାଇଁ ଅପେକ୍ଷା କରିବାକୁ ହେବନାହିଁ। ବିମାନବନ୍ଦରରେ ନୂତନ ଭାବେ ନିର୍ମିତ ପାରାଲାଲ୍ ଟାକ୍ସି ଟ୍ରାକ୍ (PTT) ଏବଂ ରାପିଡ୍ ଏକ୍ଜିଟ୍ ଟ୍ୟାକ୍ସି-ୱେ (RET) ର ଶୁଭାରମ୍ଭ ହୋଇଯାଇଛି।
୪୮ କୋଟି ଟଙ୍କା ଖର୍ଚ୍ଚରେ ୧୫୬୬ ମିଟର ବିଶିଷ୍ଟ ଏହି ଟ୍ରାକ୍ ନିର୍ମାଣ କରାଯାଇଛି। ଘଣ୍ଟାକୁ ୧୫-୨୦ ଟି ବିମାନ ଉଡ଼ିପାରିବ। AAI (ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ) ମୁଖ୍ୟ ଓ ଭିଜିଲାନ୍ସ ଅଧିକାରୀ ଆଇପିଏସ୍ ନିଖିଳ କୁମାର କାନୋଡ଼ିଆ ଏହାର ଶୁଭାରମ୍ଭ କରିଛନ୍ତି। ଯାହା ଫଳରେ କି ସମସ୍ତ ବିମାନ ସମାନ୍ତରାଳ ଭାବେ ଉଡ଼ାଣ କରିବ ।
ବିମାନଗୁଡ଼ିକ ଅବତରଣ କରିବା ମାତ୍ରେ ତୁରନ୍ତ ରନ୍ୱେ ଖାଲି କରି ଟ୍ୟାକ୍ସି ଟ୍ରାକ୍କୁ ଚାଲିଆସିବେ, ଯାହାଫଳରେ ପରବର୍ତ୍ତୀ ବିମାନ ପାଇଁ ରନ୍ୱେ ତୁରନ୍ତ ଉପଲବ୍ଧ ହେବ। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ର ମୁଖ୍ୟ ଭିଜିଲାନ୍ସ ଅଧିକାରୀ (ଆଇପିଏସ୍) ନିଖିଳ କୁମାର କାନୋଡ଼ିଆ ଏହାର ଉଦ୍ଘାଟନ କରିଛନ୍ତି। ଭୁବନେଶ୍ୱର ବିମାନବନ୍ଦର ଏବେ ଦେଶର ଅନ୍ୟତମ ବ୍ୟସ୍ତବହୁଳ ତଥା ଆଧୁନିକ ବିମାନବନ୍ଦର ଭାବେ ଉଭା ହେବାକୁ ଯାଉଛି। ଏହି ସୁବିଧା ଦ୍ୱାରା କେବଳ ଯାତ୍ରୀଙ୍କ ସମୟ ବଞ୍ଚିବ ନାହିଁ, ବରଂ ବିମାନ କମ୍ପାନୀଗୁଡ଼ିକର ଇନ୍ଧନ ମଧ୍ୟ ସଞ୍ଚୟ ହୋଇପାରିବ।



