ନିୟମ ଅନୁଯାୟୀ ପଞ୍ଚାୟତ ନିର୍ବାଚନ ହେବା ଦରକାର - ଭକ୍ତ

ନିୟମ ଅନୁଯାୟୀ ପଞ୍ଚାୟତ ନିର୍ବାଚନ ହେବା ଦରକାର - ଭକ୍ତ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି,ନିୟମ ଅନୁସାରେ ପଞ୍ଚାୟତ ନିର୍ବାଚନ ହେବା ଦରକାର । କିନ୍ତୁ ରାଜ୍ୟ ସରକାର କଲା ଭଳି ଅନୁଭବ ହେଉନି । ନିର୍ବାଚନ ନେଇ ଦ୍ବନ୍ଦରେ ସରକାର ଅଛନ୍ତି । ନିର୍ବାଚନ କମିଶନ ଓ ବିଜେପି ସଭାପତି ମଧ୍ୟରେ ତାଳମେଳ ରହୁନାହିଁ । ପଞ୍ଚାୟତ ନିର୍ବାଚନ କରିବା ପାଇଁ ସରକାରଙ୍କ କ୍ଷମତା ନାହିଁ । ବିଜେପି ସରକାର ହେଉଛି ପତ୍ତନମୁଖି ସରକାର। ବିଭିନ୍ନ କ୍ଷେତ୍ରରେ ଫେଲ ମାରିଛି। ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ପ୍ରସ୍ତୁତ ଅଛି । ଉପ ନିର୍ବାଚନରେ କଂଗ୍ରେସ ୨ୟ ସ୍ଥାନରେ ଥିଲା। ନିଜ ଚୌକି ବଞ୍ଚାଇବାକୁ ବିଜେପି ପ୍ରୟାସ କରୁଛି ବୋଲି ଭକ୍ତ କହିଛନ୍ତି।

ସମ୍ବନ୍ଧିତ ଖବର ୩ ଦିନିଆ ଶୋକ ପାଳିବ ମହାରାଷ୍ଟ୍ର

Tags: