ଆସନ୍ତା ଏପ୍ରିଲ, ମେ’ରେ ପଞ୍ଚାୟତ ନିର୍ବାଚନ !

ଆସନ୍ତା ଏପ୍ରିଲ, ମେ’ରେ ପଞ୍ଚାୟତ ନିର୍ବାଚନ !
Samaya Live News Picture
Published On

ଭୁବନେଶ୍ୱର : ସାମାନ୍ୟ ବିଳମ୍ବ ହେବ ପଞ୍ଚାୟତ ନିର୍ବାଚନ । ଏପ୍ରିଲ, ମେ’ରେ ପଞ୍ଚାୟତ ନିର୍ବାଚନ ହେବା ନେଇ ଶୁକ୍ରବାର ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ ଦାଶ । ଏସଆଇଆର କାମ ନ ସରିବା ଯାଏଁ ନିର୍ବାଚନ ଅସମ୍ଭବ ବୋଲି କହିଛନ୍ତି । ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହ ଯାଏଁ ଚାଲିବ ଏସଆଇଆର କାମ । ବିଜ୍ଞପ୍ତି ପ୍ରକାଶ ପାଇବାର ୪୫ ଦିନ ମଧ୍ୟରେ ହେବ ପଞ୍ଚାୟତ ନିର୍ବାଚନ । 

ପଞ୍ଚାୟତ, ପୌର ନିର୍ବାଚନ ପାଇଁ ଆରଡିସି ଓ ଜିଲାପାଳଙ୍କ ସହ ବୈଠକ ହୋଇଛି । ଆସନ୍ତା ୨୧ ତାରିଖରେ ରୁଟିନ୍ ବୈଠକ ହେବ। ECIଙ୍କ ଇଲେକ୍ଟୋରାଲ ରୋଲ୍କୁ ୱାର୍ଡ ୱାରି ଭାଗ କରାଯାଇ ନିର୍ବାଚନ ହୁଏ । ଆଗରୁ ଏହା ଟେବୁଲ୍ ଉପରେ ତିଆରି ହେଉଥିଲା । ଏଥର ଡୋର ଟୁ ଡୋର୍ ଭିଜିଟ୍ କରି ଭୋଟର ଲିଷ୍ଟ ପ୍ରସ୍ତୁତ କରାଯିବ। ୬୭୯୪ ପଞ୍ଚାୟତରେ ୯୧ ହଜାର ୯୩୦ ୱାର୍ଡ ବୁଥ୍ ରହିଛି ।

ସେପଟେ, ରାଜ୍ୟରେ ୨୦୨୭ ମସିହାରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ପ୍ରାକ୍-ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆସନ୍ତା ୨୧ ତାରିଖରେ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓ କନଫରେନ୍ସ ରେ ଅନୁଷ୍ଠିତ ହେବ । ଏହି ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ (ପୌର ନିର୍ବାଚନର ନୋଡାଲ ଅଫିସର), ସମସ୍ତ ERO ଓ AERO ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସାଧାରଣ ବିଭିଧ ସେକ୍ସନର ଡେପୁଟି କଲେକ୍ଟର କିମ୍ବା ଆସିଷ୍ଟାଣ୍ଟ କଲେକ୍ଟରମାନଙ୍କୁ ନିଜ ନିଜ ଜିଲ୍ଲାର ଓସୱାନ କେନ୍ଦ୍ରରୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ଚିଠି ଲେଖି ଅବଗତ କରାଯାଇଛି ।

Tags: