କୋହଳ ହୋଇଛି ପଞ୍ଚାୟତ ନିର୍ବାଚନ ପ୍ରଚାର କଟକଣା
ଭୁବନେଶ୍ୱର: ଫେବୃଆରୀ ୦୮: କରୋନା ସଂକ୍ରମଣ ଖସୁଥିବାବେଳେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର କଟକଣା ବି ଖସିଛି। କୋହଳ ହୋଇଛି କଟକଣା। ଏଣିକି ୩୦୦ ଲୋକଙ୍କୁ ନେଇ ଖୋଲା ପଡିଆରେ ନିର୍ବାଚନ ପ୍ରଚାର ସଭା, ସମାବେଶ ହୋଇପାରିବ। ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ନିୟମ ମାନିବାକୁ ପଡିବ । ସଭାସମିତି ପାଇଁ ପୂର୍ବରୁ ପ୍ରଶାସନିକ ଅନୁମତି ନେବାକୁ ହେବ । ଘର ଘର ବୁଲି ପ୍ରଚାର କରିବା ସମୟରେ ପ୍ରାର୍ଥୀଙ୍କ ସମେତ ମୋଟ ୨୦ […]
ଭୁବନେଶ୍ୱର: ଫେବୃଆରୀ ୦୮: କରୋନା ସଂକ୍ରମଣ ଖସୁଥିବାବେଳେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର କଟକଣା ବି ଖସିଛି। କୋହଳ ହୋଇଛି କଟକଣା। ଏଣିକି ୩୦୦ ଲୋକଙ୍କୁ ନେଇ ଖୋଲା ପଡିଆରେ ନିର୍ବାଚନ ପ୍ରଚାର ସଭା, ସମାବେଶ ହୋଇପାରିବ। ସମସ୍ତେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ନିୟମ ମାନିବାକୁ ପଡିବ । ସଭାସମିତି ପାଇଁ ପୂର୍ବରୁ ପ୍ରଶାସନିକ ଅନୁମତି ନେବାକୁ ହେବ । ଘର ଘର ବୁଲି ପ୍ରଚାର କରିବା ସମୟରେ ପ୍ରାର୍ଥୀଙ୍କ ସମେତ ମୋଟ ୨୦ ଜଣ ରହିପାରିବେ ।
ତେବେ ଆଜିଠାରୁ ଏହା କାର୍ଯ୍ୟକାରୀ ହୋଇଛି। କରୋନା ମାଡି ଚାଲିଥିବାରୁ ଗତ ଜାନୁଆରୀ ୧୦ ତାରିଖରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ବେଳେ ପ୍ରଚାର ପାଇଁ ବ୍ୟାପକ କଟକଣା ଲାଗୁ ହୋଇଥିଲା। ସଭା ସମିତି, ସମାବେଶକୁ ଆଦୌ ଅନୁମତି ନଥିବାବେଳେ ଘରଘର ବୁଲି ପ୍ରଚାରବେଳେ ପ୍ରାର୍ଥୀଙ୍କ ସମେତ ୫ ଜଣ ଉପସ୍ତିତ ରହିବାକୁ ଅନୁମତି ଥିଲା। ଏବେ କରୋନା ସଂକ୍ରମଣ କମୁଥିବାରୁ ସ୍ଥିତିକୁ ଦେଖି ରାଜ୍ୟ ନିର୍ବାଚନ କମିଶନ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ କଟକଣାକୁ ବ୍ୟାପକ କୋହଳ କରାଯାଇଛି।
ଗୋଟିଏ ପଟେ ପଞ୍ଚାୟତ ଭୋଟ ପାଇଁ ଗାଁ ରାଜନୀତି ଉଠ ପଡ ହେଉଥିବାବେଳେ ପୌର ନିର୍ବାଚନ ପାଇଁ କମର କଷା ହେଲାଣି। ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ଥିବାବେଳେ ଆସନ୍ତା ୧୦ ତାରିଖରେ ପୌର ନିର୍ବାଚନ ନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି ନିର୍ବାଚନ କମିଶନ। ଆସନ୍ତା ୧୦ ତାରିଖ ସକାଳ ୧୧.୩୦ରେ ଗୀତ ଗୋବିନ୍ଦ ସଦନରେ ଏହି ବୈଠକ ହେବ। ଏଥିରେ ତୃଟିଶୂନ୍ୟ ଭୋଟର ତାଲିକା ଓ ଅବାଧ ନିରପେକ୍ଷ ପୌର ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳର ମତାମତ ଲୋଡିବେ କମିଶନ।




