ରାଜ୍ୟରେ ବ୍ୟାନ ହେବନି ପାନ ମସଲା

ରାଜ୍ୟରେ ବ୍ୟାନ ହେବନି ପାନ ମସଲା

ଭୁବନେଶ୍ୱର : ବ୍ୟାନ ହେବନାହିଁ ପାନ ମସଲା । ସ୍ୱାସ୍ଥ୍ୟ କଲ୍ୟାଣ ଓ ପରିବାର ବିଭାଗ ପକ୍ଷରୁ ସ୍ପଟିକରଣ  ।ପାନ ମସଲା ଏବଂ ଗୁଟଖାରେ ନାହିଁ ସ୍ୱାସ୍ଥ୍ୟପ୍ରତି କ୍ଷତିକାରକ ଟବାକୋ  ବା ନିକୋଟିନ। ଏନେଇ CT  ଓ GST  ଅର୍ଥ ବିଭାଗକୁ ଚିଠି କରିଛନ୍ତି ସ୍ୱାସ୍ଥ୍ୟ ସଚିବ। ପୂର୍ବରୁ ପାନ ମସଲା ଓ ଗୁଟଖା ଉପରେ ନିଷେଧାଦେଶ ଲଗାଇଛନ୍ତି ରାଜ୍ଯ ସରକାର ।

ସମ୍ବନ୍ଧିତ ଖବର କୋଟିଆ ଓଡ଼ିଶାରେ ଥିଲା ରହିବ - ଆଇନମନ୍ତ୍ରୀ

ସୂଚନା ଅନୁଯାୟୀ ନିକଟରେ ରାଜ୍ୟରେ ପାନ ମସଲା, ଗୁଟଖା, ଖଇନିରେ ପ୍ରତିବନ୍ଧକ ଲଗାଇଥିଲେ ସରକାର । ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଭଳି ମାଦକ ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂକୁ ବ୍ୟାନ୍ ଲଗାଯିବା ସହ ଏହାର ବ୍ୟବସାୟ, ବିକ୍ରି, ପରିବହନରେ ପ୍ରତିବନ୍ଧକ ଲଗାଯାଇଥିଲା ।

ସମ୍ବନ୍ଧିତ ଖବର ଖୁବ୍‌ଶୀଘ୍ର ନବ ଦାସ ହତ୍ୟାକାଣ୍ଡର ଖୁଲାସା ହେବ - ଆଇନମନ୍ତ୍ରୀ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସାଧାରଣ ଜନସ୍ୱାସ୍ଥ୍ୟର ସୁରକ୍ଷା ଦୃଷ୍ଟିକୋଣରୁ ରାଜ୍ୟ ସରକାର ଓଡ଼ିଶାରେ ଗୁଟ୍ଖା, ପାନ ମସଲା, ଜର୍ଦ୍ଦା, ଖଇନି ଓ ତମାଖୁ କିମ୍ବା ନିକୋଟିନ୍ ଯୁକ୍ତ ସମସ୍ତ ପ୍ରକାରର ଖାଦ୍ୟ ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ସଞ୍ଚୟ, ପରିବହନ, ବଣିଜ୍ୟ ଓ ବିକ୍ରୟ ଉପରେ ପ୍ରତିବନ୍ଧ ଜାରି କରିଥିଲେ ।

ସମ୍ବନ୍ଧିତ ଖବର ଫେବୃଆରୀ ୩ ତାରିଖରେ ପୁରୀ ଗସ୍ତରେ ଯିବେ ରାଷ୍ଟ୍ରପତି

Tags: