ପଦ୍ମପୁର ଉପନିର୍ବାଚନ : ଆଜି ଶେଷ ଦିନରେ ପ୍ରଚାର ମୈଦାନ ସରଗରମ

ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପ୍ରଚାରର ଆଜି ଶେଷ ଦିନ I ଭୋଟରଙ୍କ ମନ ଜିଣିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି ୩ ଦଳ I ଗତକାଲି ପଦ୍ମପୁରରେ ଦେଖିବାକୁ ମିଳିଥିଲା ହାଇଭୋଲଟେଜ୍ ପ୍ରଚାର। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ବର୍ଷ ସିଂ ବରିହାଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଥିଲେ I ନବୀନଙ୍କ ପ୍ରଚାର ପରେ ବିଜେଡି କର୍ମୀଙ୍କ ମଧ୍ୟରେ ଜୋଶ୍ ଭରି ଥିବାବେଳେ ବିଜେପି ପକ୍ଷରୁ ପ୍ରଚାର କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ […]

Samaya Live Picture
Published On

ପଦ୍ମପୁର : ପଦ୍ମପୁର ଉପନିର୍ବାଚନ ପ୍ରଚାରର ଆଜି ଶେଷ ଦିନ I ଭୋଟରଙ୍କ ମନ ଜିଣିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି ୩ ଦଳ I ଗତକାଲି ପଦ୍ମପୁରରେ ଦେଖିବାକୁ ମିଳିଥିଲା ହାଇଭୋଲଟେଜ୍ ପ୍ରଚାର। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ବର୍ଷ ସିଂ ବରିହାଙ୍କ ପାଇଁ ପ୍ରଚାରର ମଙ୍ଗ ଧରିଥିଲେ I ନବୀନଙ୍କ ପ୍ରଚାର ପରେ ବିଜେଡି କର୍ମୀଙ୍କ ମଧ୍ୟରେ ଜୋଶ୍ ଭରି ଥିବାବେଳେ ବିଜେପି ପକ୍ଷରୁ ପ୍ରଚାର କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ସେହିପରି ଆଜି ଶେଷ ଦିନରେ ପ୍ରଚାର ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଝାରବନ୍ଧ ବ୍ଲକ୍ ଜଗଦଲପୁର ଠାରେ ବିଶାଳ ଜନସଭାକୁ ସମ୍ବୋଧନ କରିବେ କେନ୍ଦ୍ରମନ୍ତ୍ରୀ।

ପଦ୍ମପୁରରେ ରୋଡ୍ ସୋ’ କରି ଦଳୀୟ ପାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବେ ଧର୍ମେନ୍ଦ୍ର। ନଭେମ୍ବର ୨୯ ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଲଗାତର ୩ ଦିନ ଧରି ପଦ୍ମପୁରରେ ବିଜେପି ପ୍ରଚାରର ମଙ୍ଗ ଧରିଥିଲେ କେନ୍ଦ୍ରମନ୍ତ୍ରୀ। ଆଜି ପ୍ରଚାରର ଶେଷ ଦିନ ହୋଇଥିବା ବେଳେ ବିଜେଡି ଓ କଂଗ୍ରେସ ପକ୍ଷରୁ ମଧ୍ୟ ଜୋରଦାର ପ୍ରଚାର ହେବ।

ସୂଚନାନୁସାରେ ଆସନ୍ତା ୫ ତାରିଖରେ ପଦ୍ମପୁରରେ ମତଦାନ ହେବ । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏଁ ଚାଲିବ । ପଦ୍ମପୁରରେ ମୋଟ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ରହିଥିବାବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ରହିଛି ୧ ଲକ୍ଷ ୨୯ ହଜାର ୪୯୭ । ସେହିପରି ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୨୭ ହଜାର ୫୬୫ ରହିଛି ।

ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଖାସ୍‌ କରି ସମ୍ବେଦନଶୀଳ ବୁଥ୍‌ମାନଙ୍କ ବିଶେଷ ନଜର ରଖାଯାଇଛି । ୭୪ ବୁଥ ମାଓ ପ୍ରଭାବିତ ଅଞ୍ଚଳରେ ଏବଂ ୭୮ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି ।