ଧାନ ପଞ୍ଜୀକରଣ ଅବଧି ୭ ଦିନ ବୃଦ୍ଧି - ମନ୍ତ୍ରୀ
ଭୁବନେଶ୍ୱର : ଆଉ ୭ ଦିନ ବଢ଼ିଲା ଧାନ କିଣା ଅବଧି । ରାଜ୍ୟରେ ଆସନ୍ତା ୭ ତାରିଖ ଯାଏଁ ଖରିଫ ଧାନ କିଣାଯିବ । ଆସନ୍ତାକାଲି ପଞ୍ଜୀକରଣର ଶେଷ ତାରିଖ ଥିବା ବେଳେ ଅନେକ ଚାଷୀ ବିଭିନ୍ନ କାରଣରୁ ପଞ୍ଜୀକରଣ କରିପାରୁନଥିବାରୁ ଏହି ଅବଧି ବଢ଼ାଯାଇଛି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୭ଲକ୍ଷ ଚାଷୀ ପଞ୍ଜିକରଣ କରିଛନ୍ତି । ଗତବର୍ଷ ୧୯ଲକ୍ଷ ୬୭ହଜାର ଚାଷୀ ପଞ୍ଜିକରଣ କରିଥିଲେ। ତେଣୁ ଆହୁରି ଚାଷୀ ପଞ୍ଜିକରଣ କରିବାକୁ ବାକି ଅଛନ୍ତି । ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି।
ଚାଷୀଙ୍କୁ ଅସୁବିଧା ନହେବା ପାଇଁ ସମୟ ସୀମା ବୃଦ୍ଧି କରାଯାଇଛି । କିଛି ସ୍ଥାନରେ ସର୍ଭର ସମସ୍ୟା ଯୋଗୁଁ ପଞ୍ଜିକରଣରେ ବାଧା ସୃଷ୍ଟି ହେଉଛି। ସେହି ସମସ୍ୟାକୁ ସମାଧାନ କରାଯିବାକୁ ପ୍ରୟାସ କରାଯାଉଥିବା ଯୋଗାଣ ମନ୍ତ୍ରୀ କହିଛନ୍ତି । ଏଥର ୨୦ ଲକ୍ଷ ମେଟ୍ରିକ ଟନ ଉଠାଯିବ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା l ୭ ଦିନ ମଧ୍ୟରେ ସବୁ ଧାନ ଉଠିଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
Tags:




