୭ ଦିନ ବୃଦ୍ଧିହେଲା ଧାନ କିଣା ଅବଧି

୭ ଦିନ ବୃଦ୍ଧିହେଲା ଧାନ କିଣା ଅବଧି
Samaya Live News Picture
Published On

ଭୁବନେଶ୍ୱର : ଚାଷୀଙ୍କ ପାଇଁ ଖୁସିର ଖବର। ବଢ଼ିଲା ଧାନ କିଣା ଅବଧି । ଧାନ କିଣା ଅବଧି ୭ ଦିନ ବଢ଼ାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି , ଯେପରି ଜଣେ ଚାଷୀଙ୍କ ଟୋକନ୍ ଲାପ୍ସ ଯିବନି ସେ ଉପରେ ଗୁରୁତ୍ବ ଦିଆଯାଉଛି । ଚଳିତ ଖରିଫ ଋତୁରେ ୭୭ ଲକ୍ଷ ମେଟ୍ରିକ ଟନ ଧାନ କିଣା ସରିଛି । ୧୮ ଲକ୍ଷ ୬୪ ହଜାର ଚାଷୀ ଧାନ ବିକ୍ରି କରି ସାରିଥିବା ବେଳେ ଚାଷୀଙ୍କ ଖାତାକୁ ୨୨ ହଜାର ୮୮୪ କୋଟି ଟଙ୍କା ଯାଇ ସାରିଲାଣି। ତେଣୁ ଆଉ ୭ ଦିନ ଧାନ କିଣାକୁ ବଢ଼ାଇଲେ ସରକାର ବୋଲି ସେ କହିଛନ୍ତି ।

ବିଶେଷ କରି ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଚାଷୀମାନଙ୍କ ପାଖରେ ବିକ୍ରି ନହୋଇ ପଡ଼ିରହିଥିବା ଧାନକୁ ନେଇ ଅସନ୍ତୋଷ ଦେଖାଦେଇଥିଲା ।  ଚାଷୀଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ଏବଂ ସେମାନେ ଯେପରି ଅଭାବୀ ବିକ୍ରିର ଶିକାର ନହୁଅନ୍ତି, ସେଥିପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏହି ସମୟସୀମାକୁ ବଢ଼ାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୩୧ ପରେ ଏବେ ଏହି ପ୍ରକ୍ରିୟା ଆଉ ୭ ଦିନ ପର୍ଯ୍ୟନ୍ତ ଜାରି ରହିବ ।

ଯୋଗାଣ ବିଭାଗର ଫୁଡ୍ ଓଡ଼ିଶାର ପୋର୍ଟାଲ୍ ଅନୁସାରେ ରାଜ୍ୟରେ ଖରିଫ୍ ଧାନ ବିକ୍ରି କରିବାକୁ ୧୯ଲକ୍ଷ ୨୭ ହଜାର ୫୨୮ ଚାଷୀ ଯୋଗ୍ୟ ବିବେଚିତ ହୋଇଥିଲେ। ସେଥି ମଧ୍ୟରୁ ସୋମବାର ସୁଦ୍ଧା ୧୭ଲକ୍ଷ ୮୪ ହଜାର ୫୮୨ ଜଣ ଚାଷୀ ଧାନ ବିକ୍ରି ହୋଇଥିଲା । ତେବେ ରାଜ୍ୟ ଯୋଗାଣ ବିଭାଗର ଘୋଷଣା ଅନୁସାରେ ମାର୍ଚ୍ଚ ୩୧ ତାରିଖ ଖରିଫ୍ ଧାନ କିଣାର ଶେଷ ତାରିଖ ଥିଲା । ହେଲେ ଚାଷୀଙ୍କ ପାଖରେ ପାଖାପାଖି ଆଉ ୩୨ ଲକ୍ଷ ମେଟ୍ରିକ୍ ଟନରୁ ଅଧିକ ବଳକା ଧାନ ରହିଯାଇଥିଲା । ଫଳରେ ଏବେ ଚାଷୀଙ୍କ ଧାନ କିଣା ପାଇଁ ସରକାର ତାରିଖ ବୃଦ୍ଧି କରିଛନ୍ତି । 

Tags: