ସ୍ବାଭାବିକ ହେଲା ଧାନ କିଣା - ମନ୍ତ୍ରୀ
By: Samaya Live News
ଭୁବନେଶ୍ୱର : ଦୂର ହେଲା ମଣ୍ଡି ଅଚଳା ଅବସ୍ଥା । ମିଲର୍ସଙ୍କ ସହ ଆଲୋଚନା ସଫଳ । ମିଲର୍ସଙ୍କ କିଛି ଦାବିକୁ ମାନିଛନ୍ତି ସରକାର । ଆଜିଠାରୁ ସ୍ୱାଭାବିକ ହେଲା ଧାନ କିଣା । ସାରା ରାଜ୍ୟରୁ ୧୯ଟି ଜିଲ୍ଲାରୁ ଧାନ କିଣିଛନ୍ତି ସରକାର । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଗତକାଲି ମିଲର୍ସଙ୍କ ସହ ଆଲୋଚନା କରିଥିଲେ ଯୋଗାଣମନ୍ତ୍ରୀ ।
ଆଜି ରାଜ୍ୟର ୧୯ଟି ଜିଲ୍ଲାରେ ୩.୧୫ ଲକ୍ଷ ଚାଷୀଙ୍କ ଠାରୁ ଧାନ କିଣିଛନ୍ତି ମିଲର୍ସ । ୧୩ ଲକ୍ଷ ୯୩ ହଜାର ୮୬୭ ମେଟ୍ରିକ ଟନ ଧାନ କିଣା ହୋଇଛି । ଏଥିରୁ ୧୩ ଲକ୍ଷ ୫୯ ହଜାର ୯୭୪ ମେଟ୍ରିକ ଟନ ଧାନ କିଣିଛନ୍ତି ମିଲର୍ସ । ଏଥିପାଇଁ ଚାଷୀଙ୍କୁ ୮୯୧ କୋଟି ୫୮ ଲକ୍ଷ ଟଙ୍କାର ଇନ୍ପୁଟ ଆସିସଷ୍ଟାନ୍ସ ଦିଆଯାଇଛି ।
ସେପଟେ, ମିଲର୍ସଙ୍କ ଆନ୍ଦୋଳନ କଳାହାଣ୍ଡି ଜୟପାଟଣାରେ ୨ ଦିନ ହେଲା ମଣ୍ଡିରୁ ଉଠୁନି ଧାନ। ଦାବିପୂରଣ ନହେବା ପର୍ୟ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ରାଜ୍ୟ ମିଲର ସଂଘ ସଭାପତି କହିଛନ୍ତି । କଷ୍ଟମ୍ ମିଲିଂ ଦର ବୃଦ୍ଧି, ଧାନ ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ପ୍ରଦାନ ଏବଂ ଧାନ ପରିବହନ ଖର୍ଚ୍ଚ ପୂର୍ବଭଳି ଦେବାକୁ ଦାବି କରିଛି ଅଲ ଓଡ଼ିଶା ମିଲର୍ ଆସୋସିଏସନ ।
Tags:



