୨୦୨୬-୨୭ ଖରିଫ ଧାନ ସଂଗ୍ରହ ପାଇଁ ୭ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀଙ୍କ ପଞ୍ଜୀକରଣ

୨୦୨୬-୨୭ ଖରିଫ ଧାନ ସଂଗ୍ରହ ପାଇଁ ୭ ଲକ୍ଷରୁ ଉର୍ଦ୍ଧ୍ବ ଚାଷୀଙ୍କ ପଞ୍ଜୀକରଣ
Samaya Live News Picture
Published On

ଭୁବନେଶ୍ବର :  ୨୦୨୬-୨୭ ଖରିଫ ଧାନ ସଂଗ୍ରହପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭ଲକ୍ଷ ୧୮ହଜାରରୁ ଅଧିକ ଚାଷୀ ନାମ ପଞ୍ଜୀକରଣ । ଗତକାଲି ଗୋଟିଏ ଦିନରେ ଗୋଟିଏ ଦିନରେ ୧ ଲକ୍ଷ ୨୦ ହଜାର ଚାଷୀ ପଞ୍ଜୀକରଣ କରିଥିବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ପ୍ରାଥମିକ କୃଷି ସମବାୟ ସମିିତି(ପାକ୍ସ), ବୃହତ୍‌ ଆଦିବାସୀ ବହୁମୁଖୀ ସମବାୟ ସମିତି (ଲାମ୍ପ୍ସ) ଓ ପାଣି ପଞ୍ଚାୟତରେ ପଞ୍ଜୀକରଣ କରାଯାଉଛି । ଖରିଫ ଧାନ କିଣା ପାଇଁ ଅଗଷ୍ଟ ୬ ତାରିଖରୁ ଚାଷୀ ପଞ୍ଜିକରଣ ଆରମ୍ଭ ହୋଇଛି । ଏହି ପଞ୍ଜିକରଣ ପ୍ରକ୍ରିୟା ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। 
ସୂଚନା ମୁତାବକ, ବରଗଡ଼ ଜିଲାରେ ପ୍ରାୟ ୭୫ହଜାର, ବାଲେଶ୍ୱରରେ ୫୦ହଜାର, କଳାହାଣ୍ଡିରେ ୪୯ହଜାର, ଗଞ୍ଜାମରେ ୪୯ହଜାର ଓ ବଲାଙ୍ଗିରରେ ପ୍ରାୟ ୩୧ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି । ରାଜ୍ୟର ୨୯୧୨ଟି ପାକ୍ସ ଓ ୪ଟି ପାଣି ପଞ୍ଚାୟତରେ ଏହି ପଞ୍ଜୀକରଣ କାର୍ଯ୍ୟ ଚାଲିଛି । ଚଳିତ ପଞ୍ଜୀକରଣ ପ୍ରକ୍ରିୟା ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ସମବାୟ ବିଭାଗ, କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଓ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟରେ କରାଯାଉଛି ।

Tags: