ଦୁଇ ଯାତ୍ରୀବାହୀ ବସ ମଧ୍ୟରେ ଧକ୍କା ହୋଇ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ଦୁଇ ଯାତ୍ରୀବାହୀ ବସ ମଧ୍ୟରେ ଧକ୍କା ହୋଇ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ
Samaya Live News Picture
Published On

ସାଲେପୁର : ଓଭରଟେକ ହେଲା କାଳ । ୨ ଯାତ୍ରୀବାହୀ ବସ ମଧ୍ୟରେ ଧକ୍କା ହୋଇ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ । ଆଜି ସକାଳେ ସାଲେପୁର ଥାନା ଅନ୍ତର୍ଗତ କଟକ ସାଲେପୁର ରାସ୍ତାର ଭାତପଡା ନନ୍ଦୋଳ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ସୂଚନାଅନୁସାରେ, ଆଜି ସକାଳେ ମହାଲକ୍ଷ୍ମୀ ଓ ପପୁ ନାମକ ଦୁଇ ଗୋଟି ବସ୍ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଆସୁଥିଲେ । ତେବେ କିଏ ଆଗାମୀ ଷ୍ଟପେଜରେ ପ୍ରଥମେ ପହଞ୍ଚିବ ସେ ନେଇ ପ୍ରତିଯୋଗିତା ମୂଳକ ଦ୍ରୃତ ଗାଡ଼ି ଚାଳନା ମନୋଭାବ ରଖି ଗାଡ଼ି ଚଲାଇବା ଯୋଗୁଁଁ ଏହିଭଳି ଅବସ୍ଥା ଉପୁଜିଥିବା ଜଣାପଡ଼ିଛି । ମହାଲକ୍ଷ୍ମୀ ନାମକ ବସ ପପୁ ବସ୍ କୁ ହଠାତ ଭାତପଡାଠାରେ ଦ୍ରୃତ ଗତିରେ ଓଭର ଟେକ୍ କରିବାରୁ ୨ ଟିଯାକ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ  । ଆହତ ଯାତ୍ରୀମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୧୦ ଜଣ ଗୁରୁତରଙ୍କୁ କଟକ ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି  ।

Tags: