୨ ଟି ସ୍ଥାନରେ ଯାତ୍ରୀବାହୀ ବସ ଦୁର୍ଘଟଣାରେ ୨୦ରୁ ଉର୍ଦ୍ଧ୍ବ ଆହତ

୨ ଟି ସ୍ଥାନରେ ଯାତ୍ରୀବାହୀ ବସ ଦୁର୍ଘଟଣାରେ ୨୦ରୁ ଉର୍ଦ୍ଧ୍ବ ଆହତ
Samaya Live News Picture
Published On

ନୟାଗଡ଼/ଭଦ୍ରକ :ବାଲୁଗାଁ ଛେଡ଼ପଡ଼ା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍‌ ରାସ୍ତାକଡକୁ ଓଲଟି ପଡିଛି। ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।  ନୟାଗଡ ଖଣ୍ଡପଡା ରାସ୍ତାର ଖେଡପଡା ନିକଟରେ ଏହି ଦୁର୍ଘଟଣା ଘଟିଛି। ଗାଡିଟି ରାକମାରୁ ନୟାଗଡ଼ ଆସୁଥିଲା । ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବେବୀ ନାମକ ଏକ ଘରୋଇ ବସ୍ ରାକମାରୁ ନୟାଗଡ଼ ଆସୁଥିଲା । ହେଲେ ନୟାଗଡ଼ ଖଣ୍ଡପଡ଼ା ରାସ୍ତାରେ ଖେଡ଼ପଡ଼ା ନିକଟରେ ଯାତ୍ରୀବାହୀ ବସଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

ଅନ୍ୟପଟେ ଆଜି ଭଦ୍ରକ ରେ ମଧ୍ୟ ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଘଟିଛି । ବସକୁ ପଛପଟୁ ଧକ୍କା ଟ୍ରକ ଧକ୍କା ଦେଇଛି । ଆଜି ଧାମରାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଡ଼ାଇନା ନାମକ ଏକ ଘରୋଇ ବସ ବରଫ କଳ ପାଖରେ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ହଠାତ ଖରାପ ହୋଇଯାଇଥିଲା । ଜାମୁଝାଡି ବାସୁଦେବପୁର ରାସ୍ତା ପାର୍ଶ୍ୱରେ ଡ୍ରାଇଭର ବସ ରଖି ମିସ୍ତ୍ରୀ ସଜାଡୁଥିବାବେଳେ ବସ ପଛପଟେ ଏକ ଦ୍ରୁତଗାମୀ ଟ୍ରକ ଆସି ଧକ୍କା ଦେବାରୁ ବସ ତଳେ ସଜାଡୁଥିବା ମିସ୍ତ୍ରୀ ଓ ହେଲ୍ପର ଗୁରୁତର ଆହତ ହୋଇଛନ୍ତି । ଗରୁତର ଅବସ୍ଥାରେ ୨ ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

 

Tags: