ସ୍କୁଟିକୁ ପିଟିଲା ଆମ ବସ

ସ୍କୁଟିକୁ ପିଟିଲା ଆମ ବସ

ଭୁବନେଶ୍ୱର : ଥମୁନାହିଁ ଆମ ବସ ଧକ୍କା । ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌ । ବାରମ୍ବାର ରାଧାନୀରେ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟାଇବାରେ ଲାଗିଛି ଏହି ଆମ ବସ୍‌ । ଫଳରେ ଲୋକମାନେ ଏଥିରେ ଯାତ୍ରା କରିବାକୁ ଭୟ କରିଲେଣି । ଆଜି ସକାଳୁ ସକାଳୁ ପାତ୍ରପଡା ବସ ଡ଼ିପୋରୁ ବସଟି ବାହାରୁଥିବାବେଳେ ଏକ ସ୍କୁଟିକୁ ଧକ୍କା ଦେଇଛି । ଫଳରେ ସ୍କୁଟି ଚାଳକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛି । ଡିପୋରୁ ବାହାରି ଡୁମଡୁମା ଅଭିମୁଖେ ଯାଉଥିଲା ଆମ ବସ୍‌ ।

ସମ୍ବନ୍ଧିତ ଖବର ଭୁବନେଶ୍ବରରୁ ଦୁବାଇ-ସିଙ୍ଗାପୁରକୁ ବିମାନ ସେବା ବନ୍ଦ ହେବ

 ଗତ କିଛି ଦିନ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ସ୍ଥାନରେ ବି ଦୁର୍ଘଟଣା ଘଟାଇଛି ଆମ ବସ୍‌ । ଯାହାକୁ ନେଇ ନାନା ପ୍ରଶ୍ନବାଚୀ ଉଠିଛି । ତେବେ ଦୁର୍ଘଟଣାରେ ପ୍ରକୃତରେ ଭୁଲ କାହାର ଏହା ଜଣା ପଡ଼ିନଥିବାବେଳେ ରାସ୍ତାରେ ଏବେ ଆମ ବାସକୁ 'ୟମ ବସ' ବସ ବୋଲି କହିଲେଣି ଲୋକେ ।

ସମ୍ବନ୍ଧିତ ଖବର ପାଞ୍ଚଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

Tags: