ରାସ୍ତାରେ ଜଳିଗଲା ଆମ ବସ

ରାସ୍ତାରେ ଜଳିଗଲା ଆମ ବସ

ଭୁବନେଶ୍ୱର : ଦିନକୁ ଦିନ ବଢୁଛି ଆମ ବସ ଦୁର୍ଦ୍ଦଶା । ପ୍ରତିଦିନ ଆମ ବସକୁ ନେଇ କିଛିନାକିଛି ଅଘଟଣ ଘଟୁଛି । ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକ  ନିକଟରେ  ନିଆଁ ଲାଗି ଜଳିଯାଇଛି ଆମ ବସ ।  ଆଜି ଭୋରରୁ ଏହି ଅଘଟଣ ଘଟିଛି । ୨୩ ନମ୍ବର ରୁଟରେ ହଠାତ ଆମ ବସଟି ଜଳି ଉଠିଥିଲା । ଅଗ୍ନିକାଣ୍ଡରେ ବସଟି ସମ୍ପୁର୍ଣ୍ଣ ଜଳିଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି  ଯାତ୍ରୀ । ସର୍ଟସର୍କିଟ ଯୋଗୁଁ  ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତ ଜଣାପଡିଛି। ଭରତପୁର ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ  ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ସମ୍ବନ୍ଧିତ ଖବର ଛାତ୍ର ପୋଡି ଘଟଣାରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ - ଗଣଶିକ୍ଷା ମନ୍ତ୍ରୀ

Tags: