OTET ପରୀକ୍ଷା ଫଳ ପ୍ରକାଶିତ

OTET  ପରୀକ୍ଷା ଫଳ ପ୍ରକାଶିତ

ଭୁବନେଶ୍ୱର : ୨୦୨୫ ଓଟିଇଟି ପରୀକ୍ଷା ଫଳ ପ୍ରକାଶ । ୨୦୨୫ ଡିସେମ୍ବର ୨୫ ତାରିଖରେ ହୋଇଥିବା ପରୀକ୍ଷାର ଫଳ ପ୍ରକାଶ କରାଯାଇଛି । ପେପର-୧ରେ ୪୫ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୨ହଜାର ଉତ୍ତୀର୍ଣ୍ଣ ହୋଇଛନ୍ତି । ପେପର-୨ରେ ୧ଲକ୍ଷ ୮ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭୩ହଜାର ୯୫୪ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ପେପର-୧ ଓ ପେପର-୨ର ମୋଟ୍‌ ୧ଲକ୍ଷ ୬ହଜାର ୪୧ଜଣ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି । bseodisha.ac.inରେ ରେଜଲ୍ଟ ଉପଲବ୍ଧ ହୋଇଛି ।

ସମ୍ବନ୍ଧିତ ଖବର ଆଜିଠାରୁ କ୍ୟାନସର ଟୀକା

ସେପଟେ ଆସନ୍ତା ମେ ତୃତୀୟ ସପ୍ତାହରେ ପରବର୍ତ୍ତୀ ଓଟିଇଟି-୨୦୨୬ ପରୀକ୍ଷା ହେବ । ଖୁବଶୀଘ୍ର ଆବେଦନ ନେଇ ତାରିଖ ପ୍ରକାଶ ପାଇବ ବୋଲି ବିଏସଇ ପକ୍ଷରୁ କୁହାଯାଇଛି । ପରୀକ୍ଷା ତାରିଖ ଓ ସିଲାବସ୍‌ ନେଇ ମଧ୍ୟ ବୋର୍ଡ ପକ୍ଷରୁ ସୂଚନା ଦିଆଯିବ ।

ସମ୍ବନ୍ଧିତ ଖବର ଜେଲ କ୍ୟାମ୍ପସ ଭିତରେ ଜେଲ ୱାର୍ଡ଼ରଙ୍କ ଆତ୍ମହତ୍ୟା

Tags: