ଜୁନ ୨୧ରେ ଓଟିଇଟି ପରୀକ୍ଷା

ଜୁନ ୨୧ରେ ଓଟିଇଟି ପରୀକ୍ଷା
Samaya Live News Picture
Published On

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ଟେଷ୍ଟ (ଓଟିଇଟି) ଜୁନ୍‌ ୨୧ ତାରିଖରେ ଅନୁଷ୍ଠିତ ହେବ । ଏଥର ଦୁଇଟି ସିଟିଂରେ ପରୀକ୍ଷା ହେବ । ପ୍ରଥମେ ପେପର-୧ ସକାଳ ୯ଟାରୁ ୧୧.୩୦ ଏବଂ ପେପର-୨ ପରୀକ୍ଷା ଅପରାହ୍ଣ ୨ଟାରୁ ୪.୩୦ ପର୍ଯ୍ୟନ୍ତ ହେବ। ଜୁନ୍‌ ୯ରୁ ବୋର୍ଡ ୱେବ୍‌ସାଇଟ୍‌ www.bseodisha.nic.in. ରେ ଆଡମିଟ୍‌ କାର୍ଡ ଉପଲବ୍ଧ ରହିବ। ଆଶାୟୀମାନେ ସେଠାରୁ ଡାଉନ୍‌ଲୋଡ କରିବା ନେଇ ବୋର୍ଡ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ଜାରି କରାଯାଇଛି। 

ପରୀକ୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ଏବଂ ବୋର୍ଡ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମସ୍ତ ପ୍ରଶ୍ନପତ୍ରକୁ ଷ୍ଟ୍ରଙ୍ଗ ରୁମ୍‌ରେ କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି । 

Tags: