OSSTET ପରୀକ୍ଷା ଫଳ ପ୍ରକାଶ
ଭୁବନେଶ୍ୱର : ପ୍ରକାଶ ପାଇଲା OSSTET -୨୦୨୫ ପରୀକ୍ଷା ଫଳ । ଆଜି ଅପରାହ୍ନ ୪ଟା ପରେ ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟରେ ପରୀକ୍ଷା ଫଳ ଉପଲବ୍ଧ ହେବ ଏନାନ ୫ଟା ପରଠୁ ୱେବସାଇଟରୁ ପରୀକ୍ଷା ଫଳ ଡାଉନଲୋଡ଼ କରିପାରିବେ ବୋଲି ସୂଚନା ଦିଆଯାଇଛି । ମୋଟ ୭୨.୩୮ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଯେଉଁମାନେ ଉତ୍ତୀର୍ଣ୍ଣ ହୋଇ ନାହାନ୍ତି ସେମାନେ OMR ସିଟ ଡାଉନଲୋଡ଼ କରିପାରିବେ । ଗତ ଜାନୁଆରୀ ୨୧ ତାରିଖରେ ପରୀକ୍ଷା ହୋଇଥିଲା । ୫୬ ହଜାର ୪୫୬ ପରୀକ୍ଷାର୍ଥୀ ଦେଇଥିଲେ ପେପର-୧ ଓ ୨ ପରୀକ୍ଷା ।
ସନ୍ଧ୍ୟା ୫ଟା ପରଠୁ କୃତକାର୍ଯ୍ୟ ଛାତ୍ରଛାତ୍ରୀମାନେ ଶୁଳ୍କ ଦେଇ ୱେବସାଇଟ୍ରୁ ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ । ସେହପରି ଯେଉଁମାନେ ପରୀକ୍ଷା କୃତକାର୍ଯ୍ୟ ହୋଇନାହାଁନ୍ତି ସେମାନେ ନିଜର OMR ଉତ୍ତର ପତ୍ର ଡାଉନଲୋଡ୍ କରିପାରିବେ । ଏହା ଆଜି ସନ୍ଧ୍ୟା ୫ଟାରୁ ଏପ୍ରିଲ ୧୭ ତାରିଖ ଯାଏ ଏହି ଓଏମ୍ଆର୍ ସିଟ୍ ଉପଲବ୍ଧ ହେବ ।
Tags:



