OSSTET ପରୀକ୍ଷା ଆବେଦନ ଅବଧି ବୃଦ୍ଧି

୧୭ ଡିସେମ୍ବର ପରିବର୍ତ୍ତେ ୨୦ ଡିସେମ୍ବର ଶେଷ ତାରିଖ

OSSTET ପରୀକ୍ଷା ଆବେଦନ ଅବଧି ବୃଦ୍ଧି
Samaya Live News Picture
Published On

ଭୁବନେଶ୍ୱର: ବୃଦ୍ଧି ହେଲା OSSTET ପରୀକ୍ଷା ଆବେଦନ ଅବଧି । ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET)ର ଆବେଦନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।  OSSTET ଆବେଦନର ଶେଷ ତାରିଖ ଗତକାଲି ଅର୍ଥାତ ୧୭ ଡିସେମ୍ବର ଥିଲା, କିନ୍ତୁ ତାହାକୁ ଆଉ ତିନି ଦିନ ବୃଦ୍ଧି କରାଯାଇଛି ଅର୍ଥାତ୍ ଡ଼ିସେମ୍ବର ୨୦ ହେଉଛି ଆବେଦନର ଶେଷ ଦିନ। ଏହି ପରୀକ୍ଷା ଜାନୁଆରୀ ୨୦, ୨୦୨୬ରେ ଅନୁଷ୍ଠିତ ହେବାକୁ ଯାଉଛି ।

ଏହି ଧାର୍ଯ୍ୟ ସମୟ ମଧ୍ୟରେ ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିନଥିବାରୁ ଆବେଦନ ତାରିଖ ଘୁଞ୍ଚାଇବାକୁ ବୋର୍ଡ କର୍ତ୍ତୃପକ୍ଷଙ୍କ ନିକଟରେ ନିବେଦନ କରାଯାଇଥିଲାI ତେଣୁ ବୋର୍ଡ ପକ୍ଷରୁ ଆବେଦନ ଅବଧିକୁ ଆଉ ତିନି ଦିନ ଘୁଞ୍ଚାଇ ଦିଆଯାଇଛି।

Tags: