୬୦ଫୁଟ ତଳକୁ OSRTC ବସ ଖସି ୧୫ ଯାତ୍ରୀ ଆହତ
କୋରାପୁଟ : ୬୦ ଫୁଟ ଉପରୁ ପାହାଡ଼ ତଳକୁ ଖସିଲା ଯାତ୍ରୀବାହୀ OSRTC ଭଲବୋ ବସ୍ I କୋରାପୁଟ ଜିଲ୍ଲା ସୁଙ୍କିରେ ପାହାଡ ତଳକୁ ଖସି ପଡ଼ିଲା ବସ୍ । ଏଥିରେ ୧୫ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି I ଗତ ରାତିରେ ବସଟି ୨୦ ଜଣ ଯାତ୍ରୀଙ୍କୁ ନେଇ ଭବାନୀପାଟଣାରୁ ବିଶାଖାପାଟଣା ଯାଉଥିଲା । ରାତି ପ୍ରାୟ ୨ ଟା ସମୟରେ ସୁଙ୍କି ଥାନା ପୂର୍ବରୁ ବସଟି ଭାରସାମ୍ୟ ହରାଇ ପାହାଡ଼ ତଳକୁ ଖସିଯାଇଥିଲା । ସୁଙ୍କି ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
Tags:




