ଇଣ୍ଡୋନେସିଆ ଫେରିଯିବେ ଓରାଙ୍ଗଉଟାନ !

ଇଣ୍ଡୋନେସିଆ ଫେରିଯିବେ ଓରାଙ୍ଗଉଟାନ !
Samaya Live News Picture
Published On

ଭୁବନେଶ୍ୱର : ଇଣ୍ଡୋନେସିଆ ଫେରିଯିବେ ଓରାଙ୍ଗଉଟାନ । ଭୋଗରାଇ ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନଙ୍କୁ  ଇଣ୍ଡୋନେସିଆ ଫେରାଇ ନେବା ପାଇଁ ଉଦ୍ୟମ ଜାରି । ୨୦୨୬ ସେପ୍ଟେମ୍ବରରେ ଭୋଗରାଇ ଜଙ୍ଗଲରୁ ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ବର୍ତ୍ତମାନ ନନ୍ଦନକାନନର ସ୍ୱତନ୍ତ୍ର ସେଲ ରେ ରଖାଯାଇଛି । ନଭେମ୍ବରରେ ଓଡିଶା ଆସିବେ ଇଣ୍ଡୋନେସିଆର ବନ୍ୟପ୍ରାଣୀ ବିଶେଷଜ୍ଞ ଦଳ । ଆବଶ୍ୟକୀୟ ଆଇନଗତ ପ୍ରକ୍ରିୟା ଓ ନିୟମାବଳୀ ପୂରଣ ପରେ ପଦକ୍ଷେପ ନିଆଯିବ । ଜାକର୍ତ୍ତତାସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଜାରି ସୂଚନାରୁ ଏହା ସ୍ପଷ୍ଟ ହୋଇଛି ।

ସେପଟେ ଭାରତରେ ଉଦ୍ଧାର ହୋଇଥିବା ସୁମାତ୍ରା ପ୍ରଜାତିର ଏକ ଶାବକ ଓରାଙ୍ଗଉଟାନ୍‌କୁ ଇଣ୍ଡୋନେସିଆ ଫେରାଇ ନିଆଯାଇଛି । ୨୦୨୪ ନଭେମ୍ବରରେ ଭାରତରେ ଉଦ୍ଧାର ହୋଇଥିବା ଏହି ଓରାଙ୍ଗଉଟାନ୍‌କୁ ୧୯ ଅକ୍ଟୋବର ୨୦୨୬ରେ ଉଭୟ ଦେଶର ବନ୍ୟପ୍ରାଣୀ ସୁରକ୍ଷା ସଂସ୍ଥା ଏବଂ ବିଲୁପ୍ତପ୍ରାୟ ପ୍ରଜାତିର ଅନ୍ତର୍ଜାତୀୟ ବାଣିଜ୍ୟ ସମ୍ମିଳନୀ (CITES) ପରିଚାଳନା କର୍ତ୍ତୃପକ୍ଷଙ୍କ ସମନ୍ୱିତ ପ୍ରୟାସରେ ଫେରାଇ ଦିଆଯାଇଛି । ଗୁଜରାଟରୁ ପଠାଯାଇଥିବା ଏହି ଓରାଙ୍ଗଉଟାନ୍ ଇଣ୍ଡୋନେସିଆର ମେଦାନସ୍ଥିତ କୁଆଲାନାମୁ ବିମାନବନ୍ଦରରେ ପହଞ୍ଚିଥିଲା । ଏହି ଅବସରରେ ମେଦାନସ୍ଥିତ ଭାରତୀୟ କନସୁଲେଟ୍ ଜେନେରାଲ୍‌ର ଅଧିକାରୀମାନେ ଇଣ୍ଡୋନେସିଆର ବନ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସ୍ୱାଗତ ସମାରୋହରେ ଯୋଗ ଦେଇଥିଲେ । 

Tags: