ପ୍ରବଳ ବର୍ଷା ପାଇଁ ୪ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ତାତି ଅସହ୍ୟ ହେବାରେ ଲାଗିଛି । ଗତ କିଛିଦିନ ଧରି ପାରଦ ଉପରମୁହାଁ ରହୁଛି । ଗତ କିଛିଦିନ ଧରି ଲଗାତର ଭାବେ ଝାରସୁଗୁଡ଼ାର ତାପମାତ୍ରା ୪୪ ଡିଗ୍ରୀ ଅତିକ୍ରମ କରିବା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ପରିଣତ ହୋଇଛି । ଗତକାଲି ପ୍ରଥମଥର ପାଇଁ ଝାରସୁଗୁଡ଼ାରେ ତାତି ୪୫.୩ ଡିଗ୍ରୀ ରେ ପହଞ୍ଚି ଦେଶର ଦ୍ୱିତୀୟ ଉତ୍ତପ୍ତ ସହର ପାଲଟିଥିଲା । ସେହିପରି ୪୫.୬ ଡିଗ୍ରୀ ସହ ଉତ୍ତରପ୍ରଦେଶର ବାନ୍ଦା ଦେଶର ପ୍ରଥମ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଥିଲା ।
ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ, ବୁଧବାରଠାରୁ ପାଗ ବଦଳିବ । ବୁଧବାରଠାରୁ ମେ’ ୪ ପର୍ଯ୍ୟନ୍ତ ୬ଦିନ ଧରି ରାଜ୍ୟର ବିଭିନ୍ନ ଜିଲାରେ କାଳବୈଶାଖୀ ପ୍ରଭାବ ରହିବ । ଏହି ସମୟରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ପବନ ହେବ । ପ୍ରବଳ ବିଜୁଳି ଘଡଘଡ଼ି ସହ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକରେ ପ୍ରବଳ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ । ଏହି ସବୁ ଜିଲ୍ଲାରେ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।



