ଦୋଷ ନ ଦେଇ ଆତ୍ମ ସମୀକ୍ଷା କରନ୍ତୁ ବିରୋଧୀ - ମନମୋହନ
ଭୁବନେଶ୍ୱର : ନୂଆପଡା ଉପନିର୍ବାଚନରେ ବୃହତ ବିଜୟ ମୁହଁI ବିଜେପି । ଜନାଦେଶକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେ କହିଛନ୍ତି ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । ଯାହାର ପ୍ରତିଫଳନ ଗଣତିରୁ ସ୍ପଷ୍ଟ ହେବାରେ ଲାଗିଛି। ନୂଆପଡା ଏକ ସମସ୍ୟା ବହୁଳ ନିର୍ବାଚନ ମଣ୍ଡଳୀ। ଶିଳ୍ପ, କାରଖାନା ନାହିଁ , ଜଳସେଚନର ବ୍ୟବସ୍ଥା ହୋଇନି। ଏସବୁ ସମସ୍ୟା ଦୂର କରିବା ପାଇଁ ଲୋକେ ପରିବର୍ତ୍ତନ ଚାହିଁଛନ୍ତି। କଂଗ୍ରେସର ଆରୋପ ନେଇ ପ୍ରତିକ୍ରିୟା ରଖିଛନ୍ତି। ଆମେ ବହୁବାର ହାରିଛୁ, ମାତ୍ର ଏପରି ଅଭିଯୋଗ କରିନାହୁଁ। ପରାଜୟ ପାଇଁ ବିରୋଧୀ ଅନ୍ୟକୁ ଦୋଷ ନଦେଇ ଆତ୍ମସମୀକ୍ଷା କରନ୍ତୁ । ସମସ୍ୟା ର ସମାଧାନ ପାଇଁ ଲୋକେ ବିଜେପିକୁ ବାଛିଛନ୍ତି I
ଅନ୍ୟପଟେ,ନିର୍ବାଚନ ଫଳାଫଳକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ । ସେ କହିଛନ୍ତି କଂଗ୍ରେସ ଏଜେଣ୍ଟଙ୍କୁ ଟଙ୍କା ଦେଇ କିଣିଦେଲା ବିଜେପି । ପଇସା ଦେଲେ ଲୋକେ ଭୋଟ ଦେଉଛନ୍ତି । କଂଗ୍ରେସ ପାଇଁ ଟଙ୍କାର ଅଭାବ ରହିଲା । ଦଳ ପକ୍ଷରୁ କୌଣସି ଆର୍ଥିକ ସହାୟତା ମିଳିଲା ନାହିଁ ।


