ପାନୀୟ ଜଳ ପ୍ରଙ୍ଗକୁ ନେଇ ଗୃହରେ ଶାସକ-ବିରୋଧୀ ମୁହାଁମୁହିଁ

ମାର୍ଚ୍ଚ ୨୦୨୭ ସୁଦ୍ଧା ସବୁ ଘରକୁ ପାନୀୟ ଜଳ ଯୋଗାଣ ଲକ୍ଷ

ପାନୀୟ ଜଳ ପ୍ରଙ୍ଗକୁ ନେଇ ଗୃହରେ ଶାସକ-ବିରୋଧୀ ମୁହାଁମୁହିଁ
Samaya Live News Picture
Published On

ଭୁବନେଶ୍ୱର : ବିଧାନସଭାରେ ପାନୀୟଜଳ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ଶାସକ ବିଜେପି ଓ ବିରୋଧୀ ବିଜେଡି ମୁହାଁମୁହିଁ ହୋଇଛନ୍ତି । ପ୍ରଶ୍ନକାଳ ଆଲୋଚନା ସମୟରେ ପଞ୍ଚାୟତିରାଜ ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ ଦେଖିବାକୁ ମିଳିଥିଲା କିଛି ଏମିତି ଦୃଶ୍ୟ।

ବିଧାୟକ ଦୁର୍ଗାପ୍ରସନ୍ନ ନାୟକଙ୍କ ଅତିରିକ୍ତ ପ୍ରଶ୍ନ ଉତ୍ତରରେ ପଞ୍ଚାୟତରାଜ ମନ୍ତ୍ରୀ ରବି ନାଏକ ପୂର୍ବ ସରକାରକୁ ସମାଲୋଚନା କରି କହିଥିଲେ ୨୪ ବର୍ଷର ପୂର୍ବ ସରକାର ୨୬ ହଜାର ଟ୍ୟୁବୱେଲ କରିଥିବା ବେଳେ ବିଜେପି ସରକାର ବର୍ଷେ ଭିତରେ ୨୬ ହଜାର ଟ୍ୟୁବଓ୍ୱେଲ କଲେଣି । ତେବେ ପଞ୍ଚାୟତିରାଜ ମନ୍ତ୍ରୀ ଏହି ତଥ୍ୟ ଉପସ୍ଥାପନ କଲାବେଳେ ହଠାତ୍ ଉତକ୍ଷିପ୍ତ ହୋଇ ଉଠିଥିଲେ ବିଜେଡ଼ି ବିଧାୟକ।

ବିଜେପି ସଦସ୍ୟ ମଧ୍ୟ ତାହାର ଜବାବ ରଖିଥିଲେ । କିଛି ସମୟ ପାଇଁ ଗୃହରେ ତୀବ୍ର ଆଲୋଚନା ହୋଇଥିଲା । ତେବେ ବାଚସ୍ପତିଙ୍କ ହସ୍ତକ୍ଷେପ ପରେ ନୀରବ ହୋଇଥିଲେ ଉଭୟ ଦଳର ବିଧାୟକ । ଆସନ୍ତା ମାର୍ଚ୍ଚ ୨୦୨୭ ସୁଦ୍ଧା ସବୁ ଘରକୁ ପାଣି ଯୋଗାଇବା ପାଇଁ ଟାର୍ଗେଟ ରହିଛି ବୋଲି କହିଥିଲେ ମନ୍ତ୍ରୀ ।

ଅନ୍ୟପଟେ ସରକାର କେବେ ସୁଦ୍ଧା ସବୁ ଘରକୁ ପିଇବା ପାଣି ଯୋଗାଇବେ ? ମାର୍ଚ୍ଚ ୨୦୨୭ ସୁଦ୍ଧା ସବୁ ଘରକୁ ଯୋଗାଇବା ପାଇଁ ଟାର୍ଗେଟ ରହିଛି । ନିର୍ଦ୍ଧାରିତ ୨୦୭ଟି ମେଗା ପ୍ରକଳ୍ପ କାମ ସାରିବା ପାଇଁ ଲକ୍ଷ୍ୟ ରହିଛି ।  ମାର୍ଚ୍ଚ ୫ ତାରିଖ ସୁଦ୍ଧା ୬୮ ଲକ୍ଷ ୪୭ ହଜାର ୭୫୨ ଅର୍ଥାତ୍ ୭୭ ପ୍ରତିଶତ ପରିବାରକୁ ପିଇବା ପାଣି ଯୋଗାଇ ଦିଆଯାଇଛି ।  ବର୍ତ୍ତମାନ ସୁଦ୍ଧା ୨୬ ଟି ମେଗା ପ୍ରକଳ୍ପ ଶେଷ ହୋଇଛି । ଆଉ ମାର୍ଚ୍ଚ ସୁଦ୍ଧା ଆହୁରି ୨୮ଟି ମେଗା ପ୍ରକଳ୍ପ ଶେଷ ହେବ ବୋଲି  ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ କହିଥିଲେ ।

 

 

Tags: