ଏସଆଇଆର ରୁ ବାଦ ପଡିଥିବା ଭୋଟରଙ୍କ ପାଇଁ ସୁଯୋଗ, ଯୋଡ଼ାଯିବ ନାଁ
ଭୁବନେଶ୍ବର :ଏସଆଇଆର (SIR) ପ୍ରକ୍ରିୟାରୁ ବାଦ୍ ପଡ଼ିଥିବା ଭୋଟରଙ୍କ ପାଇଁ ଆଉ ଏକ ସୁଯୋଗ । ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ ତାଲିକାରୁ ବାଦ ପଡ଼ିଥିବା ଯୋଗ୍ୟ ଭୋଟରଙ୍କ ନାମ ପୁନର୍ବାର ଯୋଡ଼ିବା ପାଇଁ ଆଜିଠାରୁ ରାଜ୍ୟବ୍ୟାପୀ ଏକ ୩ ଦିନିଆ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ୭, ୮ ଓ ୯ ତାରିଖ ୩ଦିନ ରାଜ୍ୟବ୍ୟାପି ଚାଲିବ ସ୍ୱତନ୍ତ୍ର ଅଭିଯାନ ।
ଏହି ଅନୁସାରେ, ୧ ଅକ୍ଟୋବର ୨୦୨୬ ସୁଦ୍ଧା ୧୮ ବର୍ଷ ବୟସ ପୂରଣ କରିଥିବା ଯୁବକ-ଯୁବତୀ କରିପାରିବେ ଆବେଦନ । ମୃତ, ସ୍ଥାନାନ୍ତରିତ, ଅନୁପସ୍ଥିତ ଓ ଦୋହରା ଭୋଟରଙ୍କ ତାଲିକା CEO ଓଡ଼ିଶା ଓ ସମ୍ପୃକ୍ତ ଜିଲ୍ଲା ୱେବସାଇଟ ରେ ଉପଲବ୍ଧ ହେବ । ଭୋଟର ତାଲିକାକୁ ଅଧିକ ସଠିକ, ସ୍ୱଚ୍ଛ ଓ ଅଦ୍ୟତନ କରିବା ଉଦ୍ଦେଶ୍ୟରେ ଆଜିଠାରୁ ରାଜ୍ୟରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେଉଛି ।
ଆପଣ ଆପଣଙ୍କ ସ୍ଥାନୀୟ ବୁଥ୍ ସ୍ତରୀୟ ଅଧିକାରୀ (BLO) ଙ୍କ ନିକଟକୁ ଯାଇ ଫର୍ମ-୬ (Form-6) ପୂରଣ କରି ଜମା କରିପାରିବେ କିମ୍ବା ଆପଣ ନିର୍ବାଚନ କମିଶନଙ୍କ ଅଫିସିଆଲ୍ ECI Citizen Service Portal କୁ ଯାଇ ନିଜେ ମଧ୍ୟ ଅନଲାଇନ୍ରେ ଫର୍ମ-୬ ଆବେଦନ କରିପାରିବେ।
ସେହିପରି ,ଯେଉଁ ଯୋଗ୍ୟ ଭୋଟରମାନଙ୍କ ନାମ କୌଣସି କାରଣରୁ ଚୂଡ଼ାନ୍ତ ଭୋଟର ତାଲିକାରେ ସାମିଲ ହୋଇପାରି ନାହିଁ , ସେମାନେ ମଧ୍ୟ ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ନିଜ ନାମ ଯୋଡ଼ିବା ପାଇଁ ଆବେଦନ କରିପାରିବେ । ସଂଶୋଧନ ପ୍ରକ୍ରିୟାରେ ଚିହ୍ନଟ ହୋଇଥିବା ମୃତ, ସ୍ଥାନାନ୍ତରିତ, ଅନୁପସ୍ଥିତ ଓ ଦୋହରା ଭୋଟରମାନଙ୍କ ସମ୍ପର୍କିତ ତାଲିକା ସମ୍ପୃକ୍ତ ଜିଲ୍ଲା ଏବଂ CEO ଓଡ଼ିଶାଙ୍କ ୱେବସାଇଟରେ ଉପଲବ୍ଧ କରାଯିବ ।
BLO ମାନଙ୍କୁ ନିଜ ନିଜ ଅଧୀନସ୍ଥ ଅଞ୍ଚଳରେ ଭୋଟର ତାଲିକାରେ ବାଦ୍ ପଡିଥିବା ଯୋଗ୍ୟ ଭୋଟର ନାମ ଓ ନୂତନ ଯୁବ ଭୋଟର ଙ୍କ ନାମ ପଞ୍ଜୀକରଣରେ ଆବଶ୍ୟକ ସହଯୋଗ ଓ ମାର୍ଗଦର୍ଶନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନାମ ଯୋଡ଼ିବାକୁ ଇଛୁକ ଯୋଗ୍ୟ ଭୋଟରମାନେ ନିଜ ନିଜ ବୁଥ୍ ସ୍ତରୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ଆବେଦନ ପ୍ରକ୍ରିୟା ସମ୍ପର୍କରେ ସହାୟତା ନେଇପାରିବେ ।
ସୂଚନାନୁସାରେ, ଆପଣଙ୍କ ନାମ ତାଲିକାରେ ଅଛି କି ନାହିଁ ତାହା ଜାଣିବା ପାଇଁ CEO Odisha Portal କିମ୍ବା ନିଜ ଜିଲ୍ଲାର ୱେବସାଇଟ୍ରେ ଉପଲବ୍ଧ 'ASDD ଲିଷ୍ଟ' (Absent, Shifted, Dead, Duplicate) ଯାଞ୍ଚ କରିପାରିବେ ।




