ଅପରେସନ ଗୋ ରକ୍ଷକ : ମିଳିଲାଣି ସାଢେ ୪ କୋଟି

ଅପରେସନ ଗୋ ରକ୍ଷକ : ମିଳିଲାଣି ସାଢେ ୪ କୋଟି
Samaya Live News Picture
Published On

କେନ୍ଦୁଝର : ଅପରେସନ ଗୋ - ରକ୍ଷକ ।  କେନ୍ଦୁଝର ପୁଲିସ ପକ୍ଷରୁ ଆକାଉଣ୍ଟ  ଯାଂଚ ପ୍ରକ୍ରିୟା ଆରମ୍ଭ ।୨୦୦ଟି ଆକାଉଣ୍ଟରୁ ୧୨୧ ଆକାଉଣ୍ଟରୁ ମିଳିଲାଣି ୪ କୋଟି ୪୦ ଲକ୍ଷ । ଆଉ ୭୯ ଆକାଉଣ୍ଟ ଯାଞ୍ଚ ଚାଲିଥିବାବେଳେ ୫୦ରୁ ଊର୍ଦ୍ଧ୍ବ ଲକର ଥିବା ସୂଚନା ମିଳିଛି ।  ଗୋ ମାଫିଆଙ୍କ ବ୍ୟାଙ୍କ ବାଲାନ୍ସ ଦେଖି ପୋଲିସ ତାଜୁବ । 

ଗତ କିଛି ଦିନ ଧରି ଏହି ଗୋ ମାଫିଆଙ୍କର କେଉଁଠି  ଏବଂ କାହା ନାମରେ ଆକାଉଣ୍ଟ ଅଛି ଜୋରଦାର ଖୋଳତାଡ ପରେ ୨୦୦  ଆକାଉଣ୍ଟ ଏବଂ ୫୦ ଲକର ଠାବ କରାଯାଇଥିଲା। ଗତକାଲିଠାରୁ ଏହି ଆକାଉଣ୍ଟଗୁଡିକ ଯାଂଚ ଆରମ୍ଭ ହୋଇଛି । କେନ୍ଦୁଝର ପୋଲିସ ପକ୍ଷରୁ ଗୋ ମାଫିଆଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଉଛି ।

ସୂଚନାନୁସାରେ, କେନ୍ଦୁଝର ଜିଲ୍ଲା ଦୈତାରୀ ଥାନାର କେସ ନମ୍ବର ୧୦୭/୨୦୨୫ରେ ଗୋ ହତ୍ୟା ଏବଂ ପଶୁ ପତି ନିଷ୍ଠୁରତା ଆଇନର ୩୦୩(୨), ୩୧୭(୨), ୧୦୯/୧୧୧(୩)୩୨୫/୩(୫) ବିଏନଏସ୍‌/୧୧ ରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ତଦନ୍ତ ବେଳେ ଏକ ବିରାଟ ସିଣ୍ଡିକେଟ ଏହି ଗୋ ଚାଲାଣ ପଛରେ ଥିବା ଜଣାପଡିଥିଲା। ଏହାପରେ କେନ୍ଦୁଝର ଏସ୍‌ପି ନୀତିନ କୁଶଲକରଙ୍କ ନେତୃତ୍ବରେ ୫ଟି ଜିଲ୍ଲାରେ ଥିବା ଗୋ-ମାଫିଆଙ୍କ ଠିକଣା ଉପରେ ଚଢ଼ାଉ କରାଯାଇଥିଲା । ୫ଟି ଜିଲ୍ଲାରେ ପୋଲିସକୁ ମିଳିଛି ଗୋ ମାଫିଆଙ୍କର  ୨୦୦ ଟି ଆକାଉଣ୍ଟ।  ଯାଜପୁର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର ଓ ଖୋର୍ଦ୍ଧାରେ ୪୭ ଟିମ୍ ସହ ଚଢାଉ କରିଥିଲେ।

Tags: