ଅପରେସନ ଗୋ ରକ୍ଷକ : ମିଳିଲାଣି ସାଢେ ୪ କୋଟି

ଅପରେସନ ଗୋ ରକ୍ଷକ : ମିଳିଲାଣି ସାଢେ ୪ କୋଟି

କେନ୍ଦୁଝର : ଅପରେସନ ଗୋ - ରକ୍ଷକ ।  କେନ୍ଦୁଝର ପୁଲିସ ପକ୍ଷରୁ ଆକାଉଣ୍ଟ  ଯାଂଚ ପ୍ରକ୍ରିୟା ଆରମ୍ଭ ।୨୦୦ଟି ଆକାଉଣ୍ଟରୁ ୧୨୧ ଆକାଉଣ୍ଟରୁ ମିଳିଲାଣି ୪ କୋଟି ୪୦ ଲକ୍ଷ । ଆଉ ୭୯ ଆକାଉଣ୍ଟ ଯାଞ୍ଚ ଚାଲିଥିବାବେଳେ ୫୦ରୁ ଊର୍ଦ୍ଧ୍ବ ଲକର ଥିବା ସୂଚନା ମିଳିଛି ।  ଗୋ ମାଫିଆଙ୍କ ବ୍ୟାଙ୍କ ବାଲାନ୍ସ ଦେଖି ପୋଲିସ ତାଜୁବ । 

ସମ୍ବନ୍ଧିତ ଖବର ବିଧାୟକଙ୍କ ବର୍ଦ୍ଧିତ ଦରମା ବିଲ ଉପରେ ପୁନଃବିଚାର ହେବ

ଗତ କିଛି ଦିନ ଧରି ଏହି ଗୋ ମାଫିଆଙ୍କର କେଉଁଠି  ଏବଂ କାହା ନାମରେ ଆକାଉଣ୍ଟ ଅଛି ଜୋରଦାର ଖୋଳତାଡ ପରେ ୨୦୦  ଆକାଉଣ୍ଟ ଏବଂ ୫୦ ଲକର ଠାବ କରାଯାଇଥିଲା। ଗତକାଲିଠାରୁ ଏହି ଆକାଉଣ୍ଟଗୁଡିକ ଯାଂଚ ଆରମ୍ଭ ହୋଇଛି । କେନ୍ଦୁଝର ପୋଲିସ ପକ୍ଷରୁ ଗୋ ମାଫିଆଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଉଛି ।

ସମ୍ବନ୍ଧିତ ଖବର ଅନୁଭବଙ୍କ ଆବେଦନକୁ ଖାରଜ କଲେ ହାଇକୋର୍ଟ

ସୂଚନାନୁସାରେ, କେନ୍ଦୁଝର ଜିଲ୍ଲା ଦୈତାରୀ ଥାନାର କେସ ନମ୍ବର ୧୦୭/୨୦୨୫ରେ ଗୋ ହତ୍ୟା ଏବଂ ପଶୁ ପତି ନିଷ୍ଠୁରତା ଆଇନର ୩୦୩(୨), ୩୧୭(୨), ୧୦୯/୧୧୧(୩)୩୨୫/୩(୫) ବିଏନଏସ୍‌/୧୧ ରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ତଦନ୍ତ ବେଳେ ଏକ ବିରାଟ ସିଣ୍ଡିକେଟ ଏହି ଗୋ ଚାଲାଣ ପଛରେ ଥିବା ଜଣାପଡିଥିଲା। ଏହାପରେ କେନ୍ଦୁଝର ଏସ୍‌ପି ନୀତିନ କୁଶଲକରଙ୍କ ନେତୃତ୍ବରେ ୫ଟି ଜିଲ୍ଲାରେ ଥିବା ଗୋ-ମାଫିଆଙ୍କ ଠିକଣା ଉପରେ ଚଢ଼ାଉ କରାଯାଇଥିଲା । ୫ଟି ଜିଲ୍ଲାରେ ପୋଲିସକୁ ମିଳିଛି ଗୋ ମାଫିଆଙ୍କର  ୨୦୦ ଟି ଆକାଉଣ୍ଟ।  ଯାଜପୁର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର ଓ ଖୋର୍ଦ୍ଧାରେ ୪୭ ଟିମ୍ ସହ ଚଢାଉ କରିଥିଲେ।

ସମ୍ବନ୍ଧିତ ଖବର ସରିଲା କ୍ୟାବିନେଟ,୧୨ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର

Tags: