କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ପାଇଁ ଆଜିଠାରୁ ଅନ୍ଲାଇନ ରେ ପଞ୍ଜିକରଣ ଆରମ୍ଭ
ବାଲବାଟିକା-୨ ଓ ଦ୍ୱିତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏ ନାମଲେଖା ପାଇଁ ଏପ୍ରିଲ୍ ୨ରୁ ୮ ତାରିଖ ଯାଏ ଅଫଲାଇନ୍ ପଞ୍ଜୀକରଣ
ଭୁବନେଶ୍ୱର : କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଜିଠାରୁ ଅନ୍ଲାଇନ ରେ ପଞ୍ଜିକରଣ ଆରମ୍ଭ ହେବ । ଆଜି ଦିନ ୧୦ଟାରୁ ଏପ୍ରିଲ୍ ୨ ତାରିଖ ଯାଏ ଅନ୍ଲାଇନ୍ ପଞ୍ଜୀକରଣ କରିପାରିବେ ଅଭିଭାବକ । ଏହି ସମୟସୀମା ମଧ୍ୟରେ ବାଲବାଟିକା-୧ ଓ ୩ ଏବଂ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ପଞ୍ଜୀକରଣ କରିପାରିବେ ।
ଅନ୍ୟପଟେ ବାଲବାଟିକା-୨ ଓ ଦ୍ୱିତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏ ନାମଲେଖା ପାଇଁ ଏପ୍ରିଲ୍ ୨ରୁ ୮ ତାରିଖ ଯାଏ ଅଫଲାଇନ୍ ପଞ୍ଜୀକରଣ ହେବ । ଜୁନ୍ ୩୦ ତାରିଖ ସୁଦ୍ଧା ସମସ୍ତ ନାମଲେଖା ପ୍ରକ୍ରିୟା ଶେଷ ହେବ । ମାତ୍ର ବଳକା ଥିବା ସିଟରେ ଆବଶ୍ୟକତା ଅନୁଯାୟୀ ଡେପୁଟି କମିଶନରଙ୍କ ସ୍ୱତନ୍ତ୍ର ଅନୁମତିରେ ଜୁଲାଇ ୩୧ ତାରିଖ ମଧ୍ୟରେ ନାମଲେଖା କରାଯିବ । ଏନେଇ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।
ଅନ୍ୟପଟେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ବିଜ୍ଞପ୍ତି ଅନୁଯାୟୀ, ଏପ୍ରିଲ୍ ୨ରୁ ୮ ତାରିଖ ଯାଏ ବାଲବାଟିକା-୨, ଦ୍ୱିତୀୟ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏ ନାମଲେଖା ପାଇଁ ଅଫ୍ଲାଇନ୍ ଆବେଦନ ପତ୍ର ଗ୍ରହଣ କରାଯିବ । ଏପ୍ରିଲ୍ ୧୩ରେ ନାମଲେଖା ତାଲିକା ପ୍ରକାଶ ପାଇବ । ଏକାଦଶ ଶ୍ରେଣୀର ନାମଲେଖା ପାଇଁ ସିବିଏସ୍ଇ ପରୀକ୍ଷା ଫଳ ପ୍ରକାଶ ପାଇବାର ୧୦ ଦିନ ମଧ୍ୟରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପିଲାଙ୍କର ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ । କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନାମଲେଖା ପରେ ବଳକା ଥିବା ସିଟ୍ରେ ଅନ୍ୟ ବିଦ୍ୟାଳୟର ପିଲାଙ୍କ ନାମଲେଖା ପାଇଁ ସୁଯୋଗ ଦିଆଯିବ । ଏନେଇ ସମସ୍ତ ସୂଚନା କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ୱେବ୍ସାଇଟ୍ https://kvsangathan.nic.in/enରେ ଉପଲବ୍ଧ ରହିଛି।



