ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ମେ ୮ ତାରିଖରୁ ଅନ୍‌ଲାଇନରେ ଫର୍ମ ପୂରଣ

 ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ମେ ୮ ତାରିଖରୁ ଅନ୍‌ଲାଇନରେ ଫର୍ମ ପୂରଣ
Samaya Live News Picture
Published On

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଫର୍ମ ପୂରଣ ମେ ୮ ତାରିଖରୁ ଆରମ୍ଭ ହେବ। ୧୮ ତାରିଖ ମଧ୍ୟ ରାତ୍ର ସୁଦ୍ଧା ଚାଲିବ ଫର୍ମ ପୂରଣ । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପାଇଁ ଅନଲାଇନରେ ହେବ ଫର୍ମ ପୂରଣ । 

ବୋର୍ଡ ୱେବସାଇଟ୍‌ www.bseodisha.ac.inରେ ଫର୍ମ ପୂରଣ ଓ ଦେୟ ଦାଖଲ କରିପାରିବେ । ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ନିଜ ହାଇସ୍କୁଲ ଏବଂ ପତ୍ରମାଧ୍ୟମ ପରୀକ୍ଷାର୍ଥୀ ବୋର୍ଡର ଶାଖା କାର୍ଯ୍ୟାଳୟରେ ଫର୍ମ ପୂରଣ କରିବେ। ଜୁଲାଇ ପ୍ରଥମ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

Tags: