ଖରା ଛୁଟିରେ ଚାଲିବ ଅନଲାଇନ କ୍ଲାସ, ରୋଡ଼ ମ୍ୟାପ ପ୍ରସ୍ତୁତ
ଭୁବନେଶ୍ୱେର : ଏପ୍ରିଲ ୨୭ରୁ ଘୋଷଣା ହେଲା ଖରା ଛୁଟି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଖ୍ରାଛୁଟି ଘୋଷଣା ହୋଇଥିବାବେଳେ ଚାଲିବ ଅନଲାଇନ କ୍ଲାସ । ଅନଲାଇନ କ୍ଲାସ୍ ବେଳେ ପିଲା କିପରି ସୁରକ୍ଷିତ ରହିବେ ଏବଂ ଇଣ୍ଟରନେଟ ଜରିଆରେ ଅପରାଧର ଶିକାର ନହେବେ ତାକୁ ନେଇ ଆରମ୍ଭ ହୋଇଛି କର୍ମଶାଳା । ସମସ୍ତ ଜିଲ୍ଲାର DEO ମାନଙ୍କୁ ନେଇ OSCPCR ପକ୍ଷରୁ ଆରମ୍ଭ ହୋଇଛି କର୍ମଶାଳା । ଯେଉଁଠି ପିଲାଙ୍କୁ ସାଇବର ବିପଦରୁ କିପରି ବର୍ତ୍ତିବେ । କିପରି ଜାଣିବେ କଣ ରହିଛି ଡିଜିଟାଲ ଅଧିକାର ସେ ବିଷୟରେ ସୂଚନା ଦିଆଯିବ ।
ପିଲାମାନେ ଭର୍ଚୁଆଲ ମୋଡରେ କଣ କଣ୍ଟେଣ୍ଟ ଦେଖିବେ ଏବଂ କଣ ବ୍ୟବହାର କରିବେ ନାହିଁ, ସେ ସମ୍ପର୍କରେ ରୋଡ ମ୍ୟାପ ପ୍ରସ୍ତୁତ ହେବ । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଏବଂ ପରେ ଯୁକ୍ତ ଦୁଇ ଯାଏ ଛାତ୍ର ଛାତ୍ରୀଙ୍କ ପାଇଁ ଦୁଇଟି ପର୍ଯ୍ୟାୟରେ ସଚେତନତା ପାଇଁ ଆରମ୍ଭ ହୋଇଛି କାର୍ଯକ୍ରମ ।
Tags:



