ଗିରଫ ହେଲେ ଅନ ଲାଇନ ଅଟୋ ଚାଳକ ସଙ୍ଘ ସଭାପତି
ଭୁବନେଶ୍ୱର : ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ରେ ସରକାରୀ ସମ୍ପତ୍ତି ଭଙ୍ଗାରୁଜା ଓ ଆତଙ୍କରାଜ ଘଟଣାରେ କାର୍ଯ୍ୟାନୁଷ୍ଠାନ । କ୍ଷମା ପ୍ରାର୍ଥନା ପରେ ବି ଗିରଫ ହୋଇ ଜେଲ ଗଲେ ସ୍ମାର୍ଟ୍ ସିଟି ଅନଲାଇନ ଟ୍ୟାକ୍ସି ଓ ଅଟୋ ଚାଳକ ସଙ୍ଘ ସଭାପତି ଦୀନବନ୍ଧୁ ନାୟକ । ଗତକାଲି ପୁରୀରୁ ତାଙ୍କୁ ଗିରଫ କରାଯାଇଥିଲା। ପରେ ବିଳିମ୍ବିତ ରାତିରେ ଭୁବନେଶ୍ୱର ଆଣି କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଜୁର ପରେ ତାଙ୍କୁ ଜେଲ ପଠାଯାଇଛି । ଘଟଣା ପରେ ପୋଲିସ କିଛି ଅଟୋ ଓ ଡ୍ରାଇଭରଙ୍କୁ ଅଟକ ରଖିବା ସହ ଗିରଫ କରିଥିଲା । ପରେ ସଙ୍ଘ ସଭାପତି ଦୀନବନ୍ଧୁ ନାୟକ ଦୀନବନ୍ଧୁ ନାୟକଙ୍କୁ କମିଶନରେଟ ପୋଲିସର ସ୍ପେଶାଲ ଟିମ୍ ଗିରଫ କରିଛି । ଗଣ୍ଡଗୋଳ ଘଟଣାରେ ୩୮୦ଟି ଯାନକୁ ସିଜ୍ କରାଯାଇଛି। ଏହା ସହିତ ୧୮୧ଟି ଗାଡ଼ିର ଇ-ଚାଲାଣ କଟାଯାଇଛି। ଆଇନ ଶୃଙ୍ଖଳା ବିଗାଡୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସ୍ପଷ୍ଟ କରିଛି ।
ବୁଧବାର ଅନଲାଇନ ଚଳକଙ୍କ ଆନ୍ଦୋଳନ ବେଳେ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନରେ ବ୍ୟାପକ ହିଂସା ହୋଇଥିଲା । ଆନ୍ଦୋଳନକାରୀ ଚାଳକ ଆମ ବସ ଭଙ୍ଗାରୁଜା କରିବା ସହ ପୋଲିସ ଭ୍ୟାନ ଉପକରୁ ଢେଲା ପଥର ମାଡ଼ କରିଥିଲେ । ଫଳରେ ଅନେକ ପୋଲିସ କର୍ମଚାରୀ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଘଟଣା ପାଇଁ ଗତକାଲି ସୋସିଆଲ ମିଡିଆରେ ଦୀନବନ୍ଧୁ ଭିଡିଓ ପୋଷ୍ଟ କରି ଜନସାଧାରଣଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ ।
ସେପଟେ, ରାଜଧାନୀରେ ଅନଲାଇନ ପରିବହନ ସେବା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଅନଲାଇନ କ୍ୟାବ, ଅଟୋ ଓ ବାଇକ ନମିଳିବାରୁ ନାହିଁ ନଥିବା ହିନସ୍ଥା ହେଉଛନ୍ତି ଲୋକେ । ଏହାକୁ ଦେଖି ରେଗୁଲାର ଅଟୋ ସବୁ ମନ ଇଛା ଦର ବଢ଼ାଇ ଆହୁରି ଅସୁବିଧା ସୃଷ୍ଟି କରୁଛନ୍ତି । ଗତକାଲି ସ୍ଥିତିରେ କିଛିଟା ସୁଧାର ଆସିଥିଲେ ମଧ୍ୟ ଆପ୍ ଆଧାରିତ ଗାଡ଼ି ସେବା ଏପର୍ଯ୍ୟନ୍ତ ପୂର୍ବ ସ୍ଥିତିକୁ ଫେରିନାହିଁ ।




