ଅକ୍ଟୋବର ୨୬ ରୁ ହବିଷ୍ୟାଳୀଙ୍କ ପାଇଁ ଅନଲାଇନ୍ ଆବେଦନ
ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨୬ ତାରିଖରୁ କ୍ରାର୍ତ୍ତିକ ବ୍ରତ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ତ୍ତିକ ବ୍ରତଧାରୀଙ୍କ ପାଇଁ ହବିଷ୍ୟାଳୀ ଯୋଜନା ଆରମ୍ଭ ହେବାକୁ ଯାଉଛି । ଆସନ୍ତା ଅକ୍ଟୋବର ୬ରୁ ହବିଷ୍ୟାଳୀ ଯୋଜନାର ଅନଲାଇନ୍ ଆବେଦନ ଆରମ୍ଭ ହେବ ।
କାର୍ତ୍ତିକବ୍ରତ ଅକ୍ଟୋବର ୨୬ରୁ ନଭେମ୍ବର ୨୪ ପର୍ଯ୍ୟନ୍ତ ଚାଲିବ । ଆସନ୍ତା ୬ ତାରିଖ ସକାଳ ୧୦ଟାରୁ ଅନଲାଇନ ଆବେଦନ ଆରମ୍ଭ ହେବ । ବ୍ରତଧାରୀମାନେ www.edistrict.odisha.gov.in ମାଧ୍ୟମରେ ଆବେଦନ କରିପାରିବେ ।
ମୋଟ ୨୫୦୦ଟି ଆସନ ରହିଛି । ୭୦ ବର୍ଷ ପର୍ଯ୍ୟନ୍ତ ବିଧବା ଏବଂ ୫୦ରୁ ୭୦ ବର୍ଷର ବିବାହିତ ମହିଳା ଆବେଦନ କରିପାରିବେ । ପୁରୀର ବୃନ୍ଦାବତୀ ନିବାସ, ପୌର କଲ୍ୟାଣ ମଣ୍ଡପ ଓ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସରେ ହବିଷ୍ୟାଳୀଙ୍କ ପାଇଁ ରହଣୀର ବ୍ୟବସ୍ଥା କରାଯାଇଛି । ହବିଷ୍ୟାଳୀଙ୍କ ପାଇଁ ରହଣୀ, ସ୍ୱତନ୍ତ୍ର ଶ୍ରୀମନ୍ଦିର ଦର୍ଶନ ଓ ମାଗଣା ମହାପ୍ରସାଦର ବ୍ୟବସ୍ଥା ରହିବ ।
Tags:




