୭ ଦଫା ଦାବି ନେଇ ଅନଲାଇନ୍ ଆପ୍ ଡ୍ରାଇଭରଙ୍କ ‘ଜିରୋ ସପ୍ଲାଇ’ ଆନ୍ଦୋଳନ

୭ ଦଫା ଦାବି ନେଇ ଅନଲାଇନ୍ ଆପ୍ ଡ୍ରାଇଭରଙ୍କ ‘ଜିରୋ ସପ୍ଲାଇ’ ଆନ୍ଦୋଳନ
Samaya Live News Picture
Published On

ଭୁବନେଶ୍ବର : କଟକ-ଭୁବନେଶ୍ୱରରେ ବନ୍ଦ ହେଲା ଓଲା, ଉବେର ଆଉ ରା଼ପିଡୋ । ୭ ଦଫା ଦାବି ନେଇ ଅନଲାଇନ୍ ଆପ୍ ଡ୍ରାଇଭରଙ୍କ ‘ଜିରୋ ସପ୍ଲାଇ’ ଆନ୍ଦୋଳନ । ଅନଲାଇନ୍ ଡ୍ରାଇଭର୍ ମଞ୍ଚ, ଓଡ଼ିଶା ଏବଂ ସମସ୍ତ ଅନଲାଇନ୍ ଓ ଅଫଲାଇନ୍ ଡ୍ରାଇଭର ସଂଗଠନର ମିଳିତ ସଂଗ୍ରାମ ସମିତି ପକ୍ଷରୁ ଓଲା, ଉବେର୍, ର‍ାପିଡୋ ଭଳି ଆପ୍ କମ୍ପାନୀଗୁଡ଼ିକର ଶୋଷଣ ବିରୋଧରେ କଟକ-ଭୁବନେଶ୍ୱରରେ “ଜିରୋ ସପ୍ଲାଇ” ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଘୋଷଣା କରାଯାଇଛି। ଡ୍ରାଇଭର ସଂଘ ପକ୍ଷରୁ ସରକାର ଓ କମ୍ପାନୀଗୁଡ଼ିକ ଆଗରେ ୭ଟି ମୁଖ୍ୟ ଦାବି ରଖାଯାଇଛି ।

୧. ସରକାର ଓ କମ୍ପାନୀ ମିଳିତ ଭାବେ ଏକ ସର୍ବନିମ୍ନ ଓ ସର୍ବାଧିକ ଭାଡ଼ା ନିର୍ଦ୍ଧାରଣ କରନ୍ତୁ । ଗ୍ରାହକଙ୍କଠାରୁ ଅତିରିକ୍ତ ଭାଡ଼ା ନିଆଗଲେ ତାହା ଡ୍ରାଇଭରଙ୍କ ପକେଟରୁ ନକଟି କମ୍ପାନୀ ନିଜେ ବହନ କରୁ ।

୨. ବିନା ତଦନ୍ତରେ ଅନଲାଇନ୍ ଡ୍ରାଇଭରଙ୍କ ଆକାଉଣ୍ଟ ବ୍ଲକ୍ କରିବା ବନ୍ଦ କରାଯାଉ । ପୂର୍ବରୁ ବ୍ଲକ୍ ହୋଇଥିବା ଆକାଉଣ୍ଟଗୁଡ଼ିକୁ ତୁରନ୍ତ ଅନବ୍ଲକ୍ କରାଯାଉ।

୩. ଯାତ୍ରା ସମୟରେ ଗ୍ରାହକଙ୍କ ଅପେକ୍ଷା ପାଇଁ ଡ୍ରାଇଭରଙ୍କୁ ଉଚିତ ଭାଡ଼ା ପ୍ରଦାନ କରାଯାଉ ।

୪. ଟ୍ରାଫିକ୍ ଜାମରେ ଫସି ରହିବା ଏବଂ ସମୟ ନଷ୍ଟ ହେବା ପାଇଁ ଅତିରିକ୍ତ ସମୟର ହିସାବ କରି କ୍ଷତିପୂରଣ ଦିଆଯାଉ ।

୫. ଗ୍ରାହକ ରାଇଡ୍ ବାତିଲ କଲେ ପୂରା ଟଙ୍କା ଡ୍ରାଇଭରଙ୍କୁ ଦିଆଯାଉ ।

୬. ପ୍ରତ୍ୟେକ ଆପ୍ କମ୍ପାନୀର ଏକ ସ୍ଥାୟୀ କାର୍ଯ୍ୟାଳୟ ରହିବା ବାଧ୍ୟତାମୂଳକ ।

୭. ଆପ୍ କମ୍ପାନୀଗୁଡ଼ିକ ଦ୍ୱାରା ଅନିୟନ୍ତ୍ରିତ ଭାବେ ନୂଆ ଗାଡ଼ି ଯୋଡ଼ିବା (Over-supply) ଉପରେ ରୋକ୍ ଲଗାଯାଉ ଏବଂ ବାର୍ଷିକ ଲିମିଟେଡ୍ ଟାର୍ଗେଟ୍ ରଖାଯାଉ । ଦାବି ପୂରଣ ନହେବା ଯାଏଁ ସେବା ବନ୍ଦ ରଖିବାକୁ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।

Tags: