ଓଡିଶା ଉପକୂଳ ସମୁଦ୍ରଗର୍ଭ ରୁ ପ୍ରାକୃତିକ ଗ୍ୟାସ୍ ସନ୍ଧାନ ପାଇଲା ONGC

ଓଡିଶା ଉପକୂଳ ସମୁଦ୍ରଗର୍ଭ ରୁ ପ୍ରାକୃତିକ ଗ୍ୟାସ୍ ସନ୍ଧାନ ପାଇଲା ONGC
Samaya Live News Picture
Published On

ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଓଏନଜିସି (ONGC)କୁ ମିଳିଛି ବଡ଼ ସଫଳତା । କେନ୍ଦ୍ର ସରକାରଙ୍କ ‘ସମୁଦ୍ର ମନ୍ଥନ’ ଅଭିଯାନରେ ଓଡ଼ିଶା ଉପକୂଳରେ ପ୍ରାକୃତିକ ଗ୍ୟାସ୍ ର ସନ୍ଧାନ ପାଇଛି ONGC । କୋଣାର୍କଠାରୁ ସମୁଦ୍ର ମଧ୍ୟରେ ପ୍ରାୟ ୪୩ କିଲୋମିଟର ଦୂର ମହାନଦୀ ଅଫ୍ ଶୋର ବେସିନର ଗଭୀର ଜଳ କୂପରେ ଗ୍ୟାସ୍ ମିଳିଛି । ଗତକାଲି ONGC ପକ୍ଷରୁ ଏହି ସୂଚନା ଦିଆଯାଇଛି। 

ସୂଚନାଥାଉକି, ଗତ ଜୁଲାଇ ୨୫ ତାରିଖରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଏହି କୂପର ଖନନ କାର୍ଯ୍ୟ ଶୁଭାରମ୍ଭ କରିଥିଲେ। ଏହି ‘MN-DW18-1-H-D’ ନାମକ କୂପକୁ ପ୍ରାୟ ୧,୬୨୩ ମିଟର ଗଭୀରତା ପର୍ଯ୍ୟନ୍ତ ଖୋଳାଯାଇଥିଲା। ଗତ ସେପ୍ଟେମ୍ବର ୧୮ ତାରିଖରେ ୧,୪୪୧ ରୁ ୧,୪୫୨ ମିଟର ଗଭୀରତା ମଧ୍ୟରେ ବ୍ୟାପକ ଗ୍ୟାସ ଗଚ୍ଛିତ ଥିବାର ପ୍ରମାଣ ମିଳିଥିଲା।

ଏହି ଗ୍ୟାସ ସନ୍ଧାନ ସ୍ଥଳଟି ଓଡ଼ିଶା ଉପକୂଳର ନିକଟବର୍ତ୍ତୀ ହୋଇଥିବାରୁ, ବାଣିଜ୍ୟିକ ମୂଲ୍ୟାୟନ ପରେ ଏଠାରୁ ବହୁତ ଶୀଘ୍ର ଗ୍ୟାସ ଉତ୍ପାଦନ କରାଯାଇ ବଜାରକୁ ଅଣାଯାଇପାରିବ ବୋଲି କମ୍ପାନୀ ଆଶା ପ୍ରକାଶ କରିଛି। ଭୂଗର୍ଭ ତଥ୍ୟର ଅନୁଧ୍ୟାନ ପରେ ଗତ ୧୮ରେ କୂପରେ ପରୀକ୍ଷାମୂଳକ ଭାବେ ଛିଦ୍ର କରାଯାଇଥିଲା । ଏହାପରଠାରୁ ତିନିଦିନ ଧରି ଗ୍ୟାସ୍ ପ୍ରବାହ ଜାରି ରହିଛି । 

ଗ୍ୟାସ୍ ପ୍ରବାହ ଓ ଭଣ୍ଡାରର ଚାପ ଉତ୍ସାହଜନକ ରହିଥିବା ONGC କହିଛି । କୂପର ୧ ହଜାର ୪୪୧ରୁ ୧ ହଜାର ୪୫୨ ମିଟର ଗଭୀରତା ମଧ୍ୟରେ ଗ୍ୟାସ୍ ସ୍ତର ଚିହ୍ନଟ ହୋଇଛି । କୂପର ନିର୍ଦ୍ଧାରିତ ମୋଟ ଗଭୀରତା ୧ ହଜାର ୬୨୩ ମିଟର ରହିଛି । ତେବେ ଏହାକୁ ଏପର୍ଯ୍ୟନ୍ତ ବାଣିଜ୍ୟିକ ଗ୍ୟାସ୍ କ୍ଷେତ୍ର ଭାବେ ଘୋଷଣା କରାଯାଇନାହିଁ । ସମୁଦ୍ର କୂଳଠାରୁ କୂପର ଦୂରତା ଅପେକ୍ଷାକୃତ କମ୍ । ତେଣୁ ପରବର୍ତ୍ତୀ ଅନୁସନ୍ଧାନରେ ପର୍ଯ୍ୟାପ୍ତ ଗ୍ୟାସ୍ ଭଣ୍ଡାର ପ୍ରମାଣିତ ହେଲେ ଶୀଘ୍ର ଉତ୍ପାଦନ ଓ ବାଣିଜ୍ୟିକ ବ୍ୟବହାର ସମ୍ଭବ ହୋଇପାରେ । ଏହି ଗ୍ୟାସ ସନ୍ଧାନ ସ୍ଥଳଟି ଓଡ଼ିଶା ଉପକୂଳର ନିକଟବର୍ତ୍ତୀ ହୋଇଥିବାରୁ, ବାଣିଜ୍ୟିକ ମୂଲ୍ୟାୟନ ପରେ ଏଠାରୁ ବହୁତ ଶୀଘ୍ର ଗ୍ୟାସ ଉତ୍ପାଦନ କରାଯାଇ ବଜାରକୁ ଅଣାଯାଇପାରିବ ବୋଲି କମ୍ପାନୀ ଆଶା ପ୍ରକାଶ କରିଛି।

Tags: