ଗ୍ଯାସ ଫିଲିଂ ବେଳେ ଟାଙ୍କି ଫାଟି ଜଣେ ଗୁରୁତର
ଭୁବନେଶ୍ବର: ଫାଟିଲା ଗ୍ଯାସ ଟାଙ୍କି। ଉଡ଼ିଲା ଦୋକାନ। ଭୁବନେଶ୍ବର ଘାଟିକିଆରେ ଅଘଟଣ । ଗ୍ୟାସ ଦୋକାନରେ ମିନି ସିଲିଣ୍ଡର ଫିଲିଂ ବେଳେ ଫାଟିଲା ଟାଙ୍କି । ଗୋଟିଏ ଗ୍ୟାସରୁ ଗ୍ୟାସ ବ୍ୟାପି ଏକା ବେଳକେ ୧୭ଟି ସିଲିଣ୍ଡର ଫାଟି ଯିବାରୁ ଆଖପାଖ ଅଞ୍ଚଳ ଲୋକେ ଭୟଭୀତ ହୋଇ ପଡିଥିଲେ । ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ଭୟରେ ଦୌଡିବାକୁ ଲାଗିଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।ଏଥିରେ ଜଣେ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି ।
ସେହିଭଳି, ଗତକାଲି ଅପରାହ୍ନରେ ବାଲିପାଟଣା ଥାନା ବନମାଳୀପୁର ଫାଣ୍ଡି ଅନ୍ତର୍ଗତ ବାଲିକୁଦା ପାଟଣା ସ୍ଥିତ ଏକ ସରକାରୀ ସ୍ୱୀକୃତି ପ୍ରାପ୍ତ ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡରେ ଘରର ଛାତ ସମ୍ପୂର୍ଣ୍ଣ ଉଡ଼ିଯିବା ସହ ବାଣ କାରିଗର ରମେଶ ସାହୁ ଗୁରୁତର ଆହତ ହୋଇଥିଲେ । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ଆଜି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।



