ବାଣ ବିସ୍ଫୋରଣ ଘଟଣାରେ ଜଣଙ୍କର ମୃତ୍ୟୁ
ନୟାଗଡ଼ : ନୂଆଁଗାଁ କୋରଡା ବାଣ ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଯୁବକ। ଭୁବନେଶ୍ୱର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତାଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ମୀନାଗାଡିଆ ଗାଁର ବାପି ନାହାକ, ଗତକାଲି ଘରେ ରହି ବାଣ ଭିଡିବା ବେଳେ ଅଘଟଣ ଘଟିଥିଲା । ଆଉ ୨ଜଣ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ।
ସୂଚନାନୁଯାୟୀ, ଗତକାଲି ଅପରାହ୍ନ ସମୟରେ ନୂଆଗାଁ ଥାନା କୋରଡା ଗାଁରେ ଘରେ ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ ଘଟି ୬ ଜଣ ଗୁରୁତର ହୋଇଥିଲେ । ଗୁରୁତରଙ୍କ ମଧ୍ୟରୁ ୨ ମହିଳା ଓ ଜଣେ ନାବାଳକ ଥିଲେ । ପ୍ରଥମେ ସମସ୍ତ ୬ ଗୁରୁତରଙ୍କୁ ନୟାଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ଭୁବନେଶ୍ୱର ଏମ୍ସ ଏବଂ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏମ୍ସ ରେ ୩ଜଣ ଚିକିତ୍ସା ହେଉଥିବାବେଳେ ଆଜି ଜଣଙ୍କର ମୃତ୍ୟୁ ଘଟିଛି ବର୍ତ୍ତମାନ ସୁଦ୍ଧା ଏମସରେ ୨ ଓ ଏସସିବିରେ ୩ ଜଣ ଚିକିତ୍ସାଧୀନ ରହିଛନ୍ତି।
Tags:



