ମଶା ଧୂପରୁ ନିଆଁ ଲାଗି ଜଣେ ମୃତ

ମଶା ଧୂପରୁ ନିଆଁ ଲାଗି ଜଣେ ମୃତ
Samaya Live News Picture
Published On

କେନ୍ଦ୍ରାପଡା : ମଶା ଧୂପ ଧୂଆଁ ନେଇଗଲା ଜୀବନ । ମଶା ଧୂପରୁ ନିଆଁ ଲାଗି ସମଗ୍ର ଘର ଧୂଆଁମୟ ହୋଇଯିବା ଫଳରେ ଶ୍ୱାସରୁଦ୍ଧ ହୋଇ ଜଣେ ବ୍ୟକ୍ତିଙ୍କର ଅକାଳ ବିୟୋଗ ଘଟିଛି । କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରୁ ଏ ଦୁଃଖଦ ଘଟଣା ସାମ୍ନାକୁ ଆସିଛଇ । ମୃତକ ହେଉଛନ୍ତି ଦେବେନ୍ଦ୍ର ରାୟ (୫୩) ।

ଦେବେନ୍ଦ୍ର ମଙ୍ଗଳବାର ରାତିରେ ଘରେ ଶୋଇଥିଲେ । ଶୋଇବା ପୂର୍ବରୁ ସେ ଏକ ମଶା ଧୂପ ଲଗାଇଥିଲେ । ମାତ୍ର ଦୁର୍ଭାଗ୍ୟବଶତଃ ରାତିରେ ଶୋଇଥିବା ଅବସ୍ଥାରେ ଧୂପ ନିଆଁ ସଂସ୍ପର୍ଶରେ ଆସି ବିଛଣାରେ ନିଆଁ ଲାଗିଯାଇଥିଲା । କବାଟ ଓ ଝରକା ବନ୍ଦ ଥିବାରୁ ଅଳ୍ପ ସମୟ ମଧ୍ୟରେ ସମଗ୍ର ବନ୍ଦ କୋଠରୀ ବିଷାକ୍ତ ଧୂଆଁରେ ଭରି ଯାଇଥିଲା । ପ୍ରଚୁର ଧୂଆଁ ଯୋଗୁ ଅଣନିଃଶ୍ୱାସୀ ହୋଇ ଦେବେନ୍ଦ୍ର ରାୟ  ଅଚେତ ହୋଇପଡ଼ିଥିଲେ । ବୁଧବାର ସକାଳେ ସେ ଅନେକ ସମୟ ଯାଏଁ ଘରୁ ନବାହାରିବାରୁ ପଡୋଶୀ ଆସି ଡାକ ପକାଇଥିଲେ । ମାତ୍ର ଭିତରୁ କୌଣସି ଆବାଜ ନ ଆସିବାରୁ ପଡ଼ୋଶୀ କବାଟ ତାଡ଼ି ଘର ଭିତରକୁ ଯାଇ ଦେଖିଥିଲେ । ସେତେବେଳକୁ ଘରର ବିଛଣା ଜାଳି ଯାଇଥିବାବେଳେ ଖଟ ଉପରେ ଦେବେନ୍ଦ୍ର ଅଚେତ ହୋଇ । ସେଠାରୁ ତାଙ୍କୁ ତୁରନ୍ତ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅତ୍ୟଧିକ ଧୂଆଁ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି ।

Tags: