ସ୍କ୍ରବ ଟାଇଫସରେ ଜଣେ ମୃତ !

ସ୍କ୍ରବ ଟାଇଫସରେ ଜଣେ ମୃତ !
Samaya Live News Picture
Published On

ଅନୁଗୁଳ /ସୁନ୍ଦରଗଡ଼ : ପୁଣି ଆତଙ୍କ ଖେଳାଇଲା ସ୍କ୍ରବ ଟାଇଫସ । ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପୁଣିଥରେ ସ୍କ୍ରବ ଟାଇଫସ୍ ର ଆତଙ୍କ ଦେଖାଦେଇଛି । ସଂକ୍ରମଣ ଯୋଗୁଁ ଏ ଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୁନ୍ଦରଗଡ଼ ଏବଂ ଅନୁଗୁଳ ଜିଲ୍ଲାରୁ ୨ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଉଜଳପୁର ଗାଁର ଜଣେ ୬୫ ବର୍ଷୀୟ ବୃଦ୍ଧଙ୍କର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ମୃତକ ହେଲେ ହରିହର ପଟ୍ଟା । ସେହିପରି ଅନୁଗୁଳ ଜିଲ୍ଲା କଣିହାଁ ଏବଂ ପାଳଲହଡ଼ା ଅଞ୍ଚଳରେ ମଧ୍ୟ ସ୍କ୍ରବ ଟାଇଫସ୍ ଯୋଗୁଁ ଜଣେ ନାବାଳକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି  । ମୃତ ନାବାଳକ ହେଲେ ଅନୁଗୋଳ ଜିଲ୍ଲା ରେଙ୍ଗାଲି ସ୍ଥିତ କଣିହାଁ ଗାଁ ର ଅଶ୍ୱିନୀ ବୋଲି ଜଣାପଡିଛି । ତାଙ୍କୁ ପ୍ରଥମେ ଜ୍ୱର ହୋଇଥିଲା । ଚିକିତ୍ସା ପାଇଁ ତାଙ୍କୁ କଟକ ଏସ୍ସିବି ରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହି ରୋଗ ଚିଗର ନାମକ ଏକ ପ୍ରକାର କ୍ଷୁଦ୍ର ପୋକ କାମୁଡ଼ିବା ଦ୍ୱାରା ବ୍ୟାପିଥାଏ, ଯାହା ସାଧାରଣତଃ ବିଲବାଡ଼ି ବା ବୁଦା ଜାତୀୟ ଜାଗାରେ ରହିଥାନ୍ତି । 

Tags: