ତରଭୁଜ ଖାଇ ୧ମୃତ , ୫ଅସୁସ୍ଥ
ଭୁବନେଶ୍ୱର : ତରଭୁଜ ଖାଇବା ହେଉଛି କାଳ । ବିଭିନ୍ନ ସମୟରେ ତରଭୁଜ ଖାଇବା ଜନିତ ଅଘଟଣ ଘଟୁଥିବା ସାମ୍ନାକୁ ଆସୁଛି l କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁପୁଣି ଗାଁରେ ତରଭୁଜ ଖାଇ ଗୋଟିଏ ପରିବାରର ଦୁଇ ଶିଶୁ ସମେତ ୫ ଅସୁସ୍ଥ ହୋଇ ପଡ଼ିଥିଲେ । ସେମାନଙ୍କ ମଧ୍ୟରୁ କଟକରେ ଚିକିତ୍ସାଧୀନ ଅବସ୍ଥାରେ ୧୩ ବର୍ଷିଆ ସ୍ୱାଧୀନ ସେନାପତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟମାନଙ୍କୁ କେନ୍ଦ୍ରାପଡା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ କୁପୁଣି ଗାଁର ମଳୟ ସେନାପତି ଗଣ୍ଡାଖିଆରୁ ୪ କିଲୋ ତରଭୁଜ ଘରକୁ କିଣି ନେଇଥିଲେ l ପରିବାର ଲୋକେ ତରଭୁଜ ଖାଇବା ପରେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ l ପରେ ପରେ ଅସୁସ୍ଥ ମାନଙ୍କର ବାନ୍ତି ଓ ପତଳା ଝାଡ଼ା ହୋଇଥିଲା l ପରିବାରର ୨ପିଲାଙ୍କ ସହିତ ୫ ଜଣ ଅସୁସ୍ଥ ହୋଇ ପଡିଥିଲେ l ସେମାନଙ୍କ ମଧ୍ୟରୁ ବବୃବାହାନ ସେନାପତି ଓ ସ୍ୱାଧୀନ ସେନାପତିଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସ୍ୱାଧିନଙ୍କର ମୃତ୍ୟୁ ଘଟିଥିବାବେଳେ, ବବୂବାହନ ଏବେ ଚିକିତ୍ସାଧୀନ ଅଛନ୍ତି । ସେପଟେ ସ୍ୱାଧୀନ ସେନାପତିଙ୍କ ବାପା ପଞ୍ଚାନନ ସେନାପତି ମଧ୍ୟ କେନ୍ଦ୍ରାପଡା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ସେହିଭଳି, କିଛି ଦିନ ପୂର୍ବରୁ ମଧ୍ୟ ଏପରି ଏକ ଅଘଟଣ ମୁମ୍ବାଇର ପାଇଧୁନି ଅଞ୍ଚଳରେ ଘଟିଥିଲା । ୨୫ ଏପ୍ରିଲ ରାତି ପ୍ରାୟ ୧୦.୩୦ ସମୟରେ ପରିବାର ପାଞ୍ଚ ଜଣ ସମ୍ପର୍କୀୟଙ୍କ ସହିତ ବିରିଆଣି ଖାଇଥିଲେ । ତେବେ ସମ୍ପର୍କୀୟ ମାନେ ଯାଇ ସାରିବା ପରେ ପରିବାର ସଦସ୍ୟ ମିଶି ଏକ ତରଭୁଜ କାଟି ଖାଇଥିଲେ । ଏହାପରେ ମଧ୍ୟରାତ୍ରରୁ ସକାଳ ମଧ୍ୟରେ ପରିବାରର ୪ଜଣ ସଦସ୍ୟ ଭୀଷଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ହସ୍ପିଟାଲ ରେ ଭର୍ତ୍ତି ହୋଇଥିଲେ ଇ ସେଠାରେ ସମସ୍ତଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା i



