ଆମ ବସ ଧକ୍କାରେ ଜଣଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

ଆମ ବସ ଧକ୍କାରେ ଜଣଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

ଭୁବନେଶ୍ୱର: ପୁଣି ଆମ୍‌ ବସ୍‌ ଧକ୍କାରେ ଯାଇଛି ଜୀବନ । ଭୁବନେଶ୍ୱର ରୂପାଲି ଛକରେ ଆମ୍‌ ବସ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଗୁରୁତର ହୋଇଛନ୍ତି । ଏକ ଅଟୋକୁ ପଛରୁ ଆମ୍‌ ବସ୍‌ ଧକ୍କା ଦେବାରୁ ଅଟୋରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି । ଅଟୋରେ ମୋଟ ୩ ଜଣ ଥିଲେ । ଚାଳକଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ମହିଳା ଯାତ୍ରୀ ଗୁରୁତର ହୋଇଛନ୍ତି । ଆମ ବସଟି ଦ୍ରୁତ ଗତିରେ ଆସି ଭାରସାମ୍ୟ ହରାଇ ଅଟୋକୁ ଧକ୍କା ଦେବା ପରେ ଅଟୋଟି ଯାଇ ଏକ ସ୍କୁଲ ବସରେ ପିଟି ହୋଇଯାଇଥିଲା । ଦୁର୍ଘଟଣା ପରେ ଆମ ବସ ଡ୍ରାଇଭର ଫେରାର ହୋଇଯାଇଛି । ଅଘଟଣ ପରେ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ଡ଼ିସିପିଙ୍କ ସହିତ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ବସ ଟି ୩୨ ନମ୍ୱର ରୁଟ ର ବୋଲି ଜଣା ପଡିଛି । 

ସମ୍ବନ୍ଧିତ ଖବର ପ୍ରମିଳା ମଲ୍ଲିକଙ୍କ ଘରେ ବିଜେଡି ବରିଷ୍ଠ ନେତାଙ୍କ ମେଳି

Tags: