କୂଅ ସଫା ବେଳେ ଜଣେ ମୃତ ୨ ଗୁରୁତର

କୂଅ ସଫା ବେଳେ ଜଣେ ମୃତ ୨ ଗୁରୁତର
Samaya Live News Picture
Published On

କେନ୍ଦ୍ରାପଡା : କୂଅସଫା କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ମୃତ ୨ ଗୁରୁତର । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାନପୁରପଟଣା ଗାଁରେ ଘଟିଛି ଅଘଟଣ । ଗ୍ରାମର ସୁକାନ୍ତ ପରିଡାଙ୍କ କୂଅ ସଫା କରିବା ନିମନ୍ତେ ଆଜି ସକାଳେ ଦେମାଳ ଗ୍ରାମର ପରୀକ୍ଷିତ ସିଂହ, ମାନପୁର ଗ୍ରାମର ଚିତ୍ତରଞ୍ଜନ ସାମଲ, ପୁଅ ରମେଶ ସାମଲ ଯାଇଥିଲେ । ପ୍ରଥମେ ପରୀକ୍ଷିତ ସିଂହ କୂଅ ଭିତରକୁ ପ୍ରବେଶ କରିବାର କିଛି ସମୟ ମଧ୍ୟରେ ଶ୍ୱାସରୁଦ୍ଧ ହୋଇଯାଇଥିଲେ । ତାଙ୍କୁ ଉଦ୍ଧାର ପାଇଁ ଚିତ୍ତରଞ୍ଜନ ସାମଲ କୂଅକୁ ପଶିବା ପରେ ଶ୍ୱାସରୁଦ୍ଧ ହୋଇ ଯାଇଥିଲେ । ୨ ଜଣକ ଅବସ୍ଥା ଦେଖି ସେମାନଙ୍କୁ ଉଦ୍ଧାର କରିବାକୁ ଚିତ୍ତଙ୍କ ପୁଅ ରମେଶ ସାମଲ ବାପାଙ୍କୁ ବଞ୍ଚାଇବା ପାଇଁ ପଶିଥିଲେ ମଧ୍ୟ ସେ ଅଚେତ ହୋଇ ପଡ଼ିଥିଲେ । ପାଟିତୁଣ୍ଡ ଶୁଣି ଗ୍ରାମବାସୀମାନେ ଏକାଠି ହୋଇ ୨ ଗୁରୁତରଙ୍କୁ ଉଦ୍ଧାର କରିଥିଲେ। ପରେ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଁଚି ପରୀକ୍ଷିତ ସିଂହଙ୍କୁ ଉଦ୍ଧାର କରି ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ପରିକ୍ଷିତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ୨ ଗୁରୁତର ଚିତ୍ତରଞ୍ଜନ ସାମଲ ଓ ପୁଅ ରମେଶ ସାମଲଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Tags: