ଗୋଟିଏ ବୋର୍ଡ ହେବ ଦଶମ ଓ ଦ୍ୱାଦଶ ପରୀକ୍ଷା

ଗୋଟିଏ ବୋର୍ଡ ହେବ ଦଶମ ଓ ଦ୍ୱାଦଶ ପରୀକ୍ଷା
Samaya Live News Picture
Published On

ଭୁବନେଶ୍ୱର : ଦଶମ ଓ ଦ୍ବାଦଶ ପରୀକ୍ଷା ନେଇ ବଡ଼ ସୂଚନା ଦେଲେ ଗଣଶିକ୍ଷା ସଚିବ । ଏଣିକି ଦଶମ ଓ ଦ୍ବାଦଶ ପରୀକ୍ଷା ପାଇଁ ଗୋଟିଏ ବୋର୍ଡ କାର୍ଯ୍ୟ କରିବ । ଏନେଇ ସୂଚନା ଦେଲେ ଗଣଶିକ୍ଷା ସଚିବ ଏନ୍‌ ତିରୁମାଲା ନାୟକ । ଆଉ ଆଗକୁ BSE ଓ CHSE ଅଲଗା ଅଲଗା ବୋର୍ଡ ରହିବ ନାହିଁ । ଦଶମ ଓ ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ ଗଠନ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଥିବା ନେଇ ସେ କହିଛନ୍ତି । 

ଗଣଶିକ୍ଷା ସଚିବଙ୍କ କହିବା ଅନୁସାରେ, ଆଗକୁ ମାଧ୍ୟମିକ ଶିକ୍ଷା ପରିଷଦ (BSE) ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଅଲଗା ଅଲଗା ବୋର୍ଡ ଭାବେ ରହିବ ନାହିଁ । ଦଶମରୁ ଦ୍ୱାଦଶ ପର୍ଯ୍ୟନ୍ତ ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥାକୁ ଗୋଟିଏ ବୋର୍ଡ ଅଧୀନକୁ ଆଣିବା ନେଇ ପଦକ୍ଷେପ ନିଆଯିବ ।

ସେହିପରି ,ଆସନ୍ତା ବର୍ଷରୁ ଦଶମ ଶ୍ରେଣୀର ନୂଆ ପାଠ୍ୟକ୍ରମ କରିବ NCERT । CBSE ଢାଞ୍ଚାରେ ଗୋଟି ବୋର୍ଡ ହିଁ କରିବ ପରୀକ୍ଷା । CHSEକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ । ନୂଆ ବ୍ୟବସ୍ଥାରେ କେବଳ ବହି ପଢିବେ ନାହିଁ, ଏକ୍ସପୋଜର ଓ ପ୍ରାକ୍ଟିକାଲ ଲର୍ନିଙ୍ଗ ରହିବ । ଭାରତରେ ନବମ ଯାଏଁ ନୂଆ ପାଠ୍ୟକ୍ରମ ହୋଇଛି ।

ଚଳିତବର୍ଷ ଜାନୁଆରୀରୁ ବିଜ୍ଞାନ ପାଇଁ ଓଡ଼ିଆ ବହି ଦିଆଯାଇଛି । ଆଗାମୀ ଦିନରେ ସବୁ ଓଡ଼ିଆରେ ହେବ । ଡିଜିଟାଲ ଶିକ୍ଷାଦାନ କରାଯିବ । ଯାହା IIT, ନିଟ ପ୍ରସ୍ତୁତି ପାଇଁ ସୁବିଧା ହେବ । ଏନେଇ CHSEକୁ ୧୦ କୋଟି ଟଙ୍କା ଦିଆଯାଇଛି । ଧନ୍ଦାମୂଳକ ଶିକ୍ଷାରେ ଦେଶ ପଛରେ ଅଛି । ତେଣୁ NEP ୨୦୨୦ ଆଧାରରେ ରୋଜଗାରକ୍ଷମ ପାଠ ରହିଛି । ଯୁକ୍ତ ଦୁଇ ପାସ ସମୟରେ ଅତିକମରେ ଗୋଟିଏ କ୍ଷେତ୍ରରେ ଦକ୍ଷତା ବିକାଶ ଦିଆଯିବ । ଓପନ ଲର୍ନିଙ୍ଗରେ ଯୁକ୍ତ ଦୁଇ ଯୋଡ଼ି ହେବ । କଟକ କି ଭୁବନେଶ୍ୱର, କେଉଁଠି ରହିବ ଅଫିସ, ସେ ନେଇ ନିଷ୍ପତ୍ତି ନିଆଯିବ ।

 

Tags: