ଜଙ୍ଗଲରେ ଚାଲିଥିଲା ବେଆଇନ ବନ୍ଧୁକ କାରଖାନା ୧ ଗିରଫ
ବାଲିଗୁଡା: କନ୍ଧମାଳ ଜିଲ୍ଲାରେ ବେଆଇନ ବନ୍ଧୁକ କାରଖାନା ଠାବ । ବାଲିଗୁଡା ଉପଖଣ୍ଡ ତୁମୁଡିବନ୍ଧ ଥାନା ଲାବଣ୍ୟ ନଗରରେଏକ ବେଆଇନ ବନ୍ଧୁକ କାରଖାନା ଚାଲିଥିବା ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ସୂଚନା ମିଳିବା ପରେ ପୁଲିସ ଉକ୍ତ ସ୍ଥାନରେ ଚଢ଼ଉ କରିଥିଲା । ଚଢଉବେଳେ ଘଟଣାସ୍ଥଳରୁ ୩ଟି ଦେଶୀ ବନ୍ଧୁକ, ଲୁହା କଟା ମେସିନ, ଡ୍ରିଲ ମେସିନ, ଲୁହା ଖାଡ଼ି, ଅଧା ଗଢ଼ା ବନ୍ଧୁକ କାଠ ସମେତ ବହୁ ଯନ୍ତ୍ରାଂଶ ଜବତ ହୋଇଥିଲା। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତ ଦୈତାରୀ ବିନ୍ଧାଣି (୪୦)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ ଭୋଶଲେ ସୂଚନା ଦେଇଛନ୍ତି।
Tags:



