୩ୟ ଦିନରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି

 ୩ୟ ଦିନରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି
Samaya Live News Picture
Published On

ଭୁବନେଶ୍ବର : ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଳଙ୍କାର ଗଣତି ଓ ଯାଞ୍ଚ ପ୍ରକ୍ରିୟା ଆଜି ତୃତୀୟ ଦିନରେ ପହଞ୍ଚିଛି । ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଏହି କାର୍ଯ୍ୟ ଜାରି ରହିଛି । ଗତ ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ଦ୍ୱିତୀୟ ପର୍ଯ୍ୟାୟ ଗଣତି ପ୍ରକ୍ରିୟା ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସୂଚନା ଅନୁସାରେ, ୧୨ ତାରିଖରେ ଗଣତି କାର୍ଯ୍ୟ ବନ୍ଦ ରହିବ। ଏହାପରେ ପୁଣି ୧୩ ତାରିଖ ଏବଂ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଅଳଙ୍କାର ଯାଞ୍ଚ କରାଯିବ । ବାହାର ଭଣ୍ଡାରରେ ରହିଥିବା ସୁନାବେଶ ତଥା ରାଜା ରାଜେଶ୍ୱରୀ ବେଶରେ ବ୍ୟବହୃତ ହେଉଥିବା ବହୁମୂଲ୍ୟ ସୁବର୍ଣ୍ଣ ଅଳଙ୍କାରଗୁଡ଼ିକର ଗଣତି ଚାଲିଥିବାରୁ ଏଥିପାଇଁ ଅଧିକ ସମୟ ଲାଗୁଛି । ପ୍ରତ୍ୟେକ ଅଳଙ୍କାରର ସ୍ୱଚ୍ଛତା ଓ ସୁରକ୍ଷା ପାଇଁ ଏହାର ୩ଡି ମ୍ୟାପିଂ, ଫଟୋଗ୍ରାଫି ଏବଂ ଭିଡିଓଗ୍ରାଫି କରାଯାଉଛି। ଗଣତି ଶେଷ ହେବା ପରେ ଏହି ସମସ୍ତ ଅଳଙ୍କାରକୁ ଭଣ୍ଡାର ମେକାପଙ୍କ ଜିମାରେ ଦିଆଯିବ। ଅଳଙ୍କାର ଗଣତି ଚାଲିଥିବାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ପାଇଁ କିଛିଟା କଟକଣା ଲଗାଯାଇଛି । ଭକ୍ତଙ୍କ ପାଇଁ ଭିତର କାଠ ଦର୍ଶନ ବନ୍ଦ ରହିଥିବା ବେଳେ ଶ୍ରଦ୍ଧାଳୁମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ।

Tags: