ଏସ୍‌ମା କୁ ନାହିଁ ଖାତିର, ଜିଦ ରେ ଓମ୍‌ସା

ଏସ୍‌ମା କୁ ନାହିଁ ଖାତିର, ଜିଦ ରେ ଓମ୍‌ସା

ଭୁବନେଶ୍ୱର : ସରକାରଙ୍କ ଏସ୍‌ମା ନିୟମକୁ ବେଖାତିର । ଆନ୍ଦୋଳନ ଜାରି ରଖିବାକୁ ଓମସାର ନିଷ୍ପତ୍ତି। ଆଜି ମଧ୍ୟ ଓପିଡି ବନ୍ଦ । ରାଜ୍ୟବ୍ୟାପୀ ୨ ଘଣ୍ଟାଧରି ଓପିଡି ବନ୍ଦ କରି ପ୍ରତିବାଦ ଚଳାଇଛନ୍ତି ଡାକ୍ତର । ମଙ୍ଗଳବାର ସନ୍ଧ୍ୟାରେ ଓଡ଼ିଶା ମେଡିକାଲ ସେବା ସଂଘ(ଓମ୍‌ସା)ର ଜରୁରୀକାଳୀନ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ୨ଘଣ୍ଟିଆ ଓପିଡି ବନ୍ଦ ଆନ୍ଦୋଳନ ଜାରି ରଖିବା ଲାଗି ନିଷ୍ପତ୍ତି ହୋଇଛି।  ଓପିଡି ବନ୍ଦ ଆନ୍ଦୋଳନ ଯୋଗୁ ରାଜ୍ୟରେ ରୋଗୀ ସେବା ଭୀଷଣ ଭାବେ ପ୍ରଭାବିତ ହୋଇଛି । 

ସମ୍ବନ୍ଧିତ ଖବର ୪ ଲେନ ହେବ ରାଜ୍ୟର ସମସ୍ତ ରାଜପଥ

 ଓମ୍‌ସା ସଭାପତି ଡା.କିଶୋର ମିଶ୍ର କହିଛନ୍ତି, ଡାକ୍ତରମାନେ ଆନ୍ଦୋଳନରୁ ଓହରିବେ ନାହିଁ । ରାଜ୍ୟ ସରକାର ଯଦି ଏସ୍‌ମା ଲଗାଇ ଡାକ୍ତରଙ୍କୁ ଗିରଫ କରିବାକୁ ଚାହୁଁଛନ୍ତି ତାହେଲେ ସେଥିପାଇଁ ମଧ୍ୟ ସଂଘ ପ୍ରସ୍ତୁତ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସେ କହିଛନ୍ତି। 

ସମ୍ବନ୍ଧିତ ଖବର ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସୂଚନାଯୋଗ୍ୟ ଯେ, ୧୦ ଦଫା ଦାବିରେ ରାଜ୍ୟବ୍ୟାପୀ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ସରକାରୀ ଡାକ୍ତରଖାନାରେ ସକାଳେ ୨ ଘଣ୍ଟିଆ ଓପିଡି ବନ୍ଦ ଆରମ୍ଭ ହୋଇଛି। ଯାହାକୁ ନେଇ ରାଜ୍ୟରେ ରୋଗୀ ସେବା ଭୀଷଣ ବାଧାପ୍ରାପ୍ତ ହୋଇଛି। ଡାକ୍ତରଙ୍କ ଏହି ଆନ୍ଦୋଳନ ପରିପ୍ରେକ୍ଷୀରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି।

ସମ୍ବନ୍ଧିତ ଖବର ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି

ଓଡ଼ିଶା ଜରୁରୀକାଳୀନ ସେବା (ରକ୍ଷଣାବେକ୍ଷଣ) ଆଇନ ବା ଏସ୍ମା ଅନୁଯାୟୀ ଆସନ୍ତା ୬ମାସ ପାଇଁ କୌଣସି ପ୍ରକାର ଆନ୍ଦୋଳନକୁ ବାରଣ କରାଯାଇଛି। ଗୃହ ବିଭାଗ ପକ୍ଷରୁ ଏ ସଂପର୍କିତ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଜନସାଧାରଣଙ୍କ ସ୍ବାର୍ଥକୁ ନଜରରେ ରଖି ଡାକ୍ତର, ନର୍ସିଂ ଅଫିସର, ଫାର୍ମାସିଷ୍ଟ, ଅନ୍ୟ ପାରାମେଡିକ୍ସ, ଟେକ୍ସିନିଆନ୍, ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇପାରିବେ ନାହିଁ।

ଏପରିକି ଠିକା କର୍ମଚାରୀଙ୍କୁ ମଧ୍ୟ ଏହି କଟକଣାରେ ସାମିଲ କରାଯାଇଛି। ଜିଲ୍ଲା, ଉପଖଣ୍ଡ, ଗୋଷ୍ଠୀ, ପ୍ରାଥମିକ, ମ୍ୟୁନିସିପାଲଟି, ମେଡିକାଲ କଲେଜ ଇତ୍ୟାଦିରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଏହା ଲାଗୁ ହେବ। ରାଜ୍ୟରେ ସ୍ବାସ୍ଥ୍ୟସେବା ଯେପରି ବାଧାପ୍ରାପ୍ତ ନ ହେବ ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

Tags: