ବଜାରକୁ ଆସିବ ଓମ୍ଫେଡ ପାଣି ଏବଂ ଆଇସକ୍ରିମ୍

ବଜାରକୁ ଆସିବ ଓମ୍ଫେଡ ପାଣି ଏବଂ ଆଇସକ୍ରିମ୍
Samaya Live News Picture
Published On

ଭୁବନେଶ୍ୱର : ଖୁବଶୀଘ୍ର ବଜାରକୁ ଆସିବ ଓମ୍ଫେଡ ପାଣି ଏବଂ ଆଇସକ୍ରିମ୍ । ବିଭିନ୍ନ ଫ୍ଲେଭରରେ ଓମ୍ଫେଡ ଆଇସକ୍ରିମ୍ ବଜାରରେ ଉପଲବ୍ଧ ହେବ । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ମନ୍ତ୍ରୀ କହିଛନ୍ତି, ଓମ୍ଫେଡର ନୂଆ ପ୍ରଡକ୍ଟ ବଜାରକୁ ଆଣିବା ନେଇ ବୋର୍ଡ ସହ ଆଲୋଚନା ଚାଲିଛି । ବୋର୍ଡର ଅନୁମୋଦନ ମିଳିବା ପରେ ଓମ୍ଫେଡ ପାଣି ଓ ବିଭିନ୍ନ ପ୍ରକାର ଫ୍ଲେଭରର ଆଇସକ୍ରିମ୍ ବଜାରକୁ ଆସିବ।

 ମନ୍ତ୍ରୀ କହିଛନ୍ତି, ଓମଫେଡର ଉତ୍ପାଦର ଗୁଣବତ୍ତା ଉପରେ ଗୁରୁତ୍ୱ ଦିଆଯାଉଛି ଏବଂ ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା ରହିଛି। ଅପମିଶ୍ରଣ ଧରାପଡ଼ିଲେ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଅନ୍ୟପଟେ, ଓମଫେଡ କ୍ଷୀର ଦର ଲିଟର ପିଛା ୨ ଟଙ୍କା ବୃଦ୍ଧି ହୋଇଥିବାରୁ ଏହାର ଲାଭ ଚାଷୀମାନେ ପାଇବେ ବୋଲି ମନ୍ତ୍ରୀ କହିଛନ୍ତି । ଓମଫେଡ ରାଜ୍ୟରେ କ୍ଷୀର, ଛେନା ଓ ପନିରରେ ଅପମିଶ୍ରଣ ଅଭିଯୋଗ ଆସୁଥିବା ବେଳେ ଓମ୍ଫେଡ କ୍ଷୀରର ଗୁଣବତ୍ତା ନେଇ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଅପମିଶ୍ରଣ ଧରାପଡ଼େ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଏ ବୋଲି କହିଛନ୍ତି।

Tags: