ଇତିହାସ ରଚିଲା OMC ,ଖଣିଜ ଉତ୍ପାଦନ ରେ ରେକର୍ଡ

ଉତ୍ପାଦନରେ ୧୨% ବୃଦ୍ଧି ସହ ୨୫ ହଜାର କୋଟି ପାର

ଇତିହାସ ରଚିଲା OMC ,ଖଣିଜ ଉତ୍ପାଦନ ରେ ରେକର୍ଡ
Samaya Live News Picture
Published On

ଭୁବନେଶ୍ୱର : ୨୦୨୫-୨୬ ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି Odisha Mining Corporation Ltd. (ଓଏମସି)।  ସମୁଦାୟ ୪୪.୮୨ ମିଲିଅନ୍ ଟନ୍ ଖଣିଜ ଉତ୍ପାଦନ ସହିତ ସର୍ବାଧିକ ଉତ୍ପାଦନର ରେକର୍ଡ ମଧ୍ୟ କରିଛି । ଯାହା ଓଡ଼ିଶାର ଔଦ୍ୟୋଗିକ ଉନ୍ନତିକୁ ନୂଆ ଗତି ଦେଇଛି ।

ଏଥିରେ ସବୁଠାରୁ ବେଶି ଅଂଶ ରହିଛି ଲୌହ ଧାତୁର । ଏହାର ଉତ୍ପାଦନ ୪୦.୦୨ ମିଲିୟନ୍ ଟନ୍ ପହଞ୍ଚିଛି, ଯାହା ପୂର୍ବବର୍ଷ ତୁଳନାରେ ୧୨% ଅଧିକ । ସେହିପରି କ୍ରୋମ ଧାତୁ ୧.୬୯ ମିଲିୟନ୍ ଟନ୍ ଓ ବକ୍ସାଇଟ୍ ୨.୮୩ ମିଲିୟନ୍ ଟନ୍ ଉତ୍ପାଦନ ହୋଇଛି । ଉନ୍ନତ କାର୍ଯ୍ୟପ୍ରଣାଳୀ, ଉତ୍ତମ ସମନ୍ୱୟ ଏବଂ ଲକ୍ଷ୍ୟ କୈନ୍ଦ୍ରୀକ କାର୍ଯ୍ୟ ସମ୍ପାଦନ ଦ୍ୱାରା ଖଣିଗୁଡ଼ିକ ନିଜର ଉତ୍ପାଦନର ଲକ୍ଷ୍ୟ ହାସଲ କରିପାରିଛନ୍ତି ।

ଓଏମସି କେବଳ ଉତ୍ପାଦନରେ ନୁହେଁ, ବିକ୍ରୟରେ ମଧ୍ୟ ଭଲ କାମ କରିଛି। ମୋଟ ୪୨.୫୨୪ ମିଲିୟନ୍ ଟନ୍ ଖଣିଜ ବିକ୍ରୟ କରି ସଂସ୍ଥା ୨୫,୩୦୦ କୋଟି ଟଙ୍କାର ଆୟ କରିଛି, ଯାହା ସର୍ବାଧିକ । ଏହା ଓଡ଼ିଶାର ଆର୍ଥିକ ବିକାଶ ସହିତ ଦେଶର ଶିଳ୍ପ ସ୍ଥାପନାକୁ ମଜବୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ତେବେ ଏହି ସଫଳତା ପଛରେ ଭଲ ପ୍ଲାନିଂ, ଦଳୀୟ କାମ ଓ ନୂଆ ପ୍ରଯୁକ୍ତିର ବଡ଼ ଭୂମିକା ରହିଛି । ଏହାଦ୍ବାରା ଖଣି ଅଞ୍ଚଳର ସମାବେଶୀ ଉନ୍ନତି ସୁନିଶ୍ଚିତ ହୋଇପାରୁଛି ବୋଲି ଓଏମସି ପକ୍ଷରୁ କୁହାଯାଇଛି ।

ସଂସ୍ଥା ଖଣି କାମରେ ପରିବେଶକୁ ମଧ୍ୟ ଧ୍ୟାନ ଦେଉଛି । ଧୂଳି କମାଇବା ବ୍ୟବସ୍ଥା, ଗଛ ଲଗାଣ, ପାଣି ସଂରକ୍ଷଣ ଭଳି କାମ କରାଯାଉଛି । ସେଥିପାଇଁ ଖଣି ଅଞ୍ଚଳର ଲୋକମାନଙ୍କ ପାଇଁ ଓଏମସି ସିଏସଆର୍ ମାଧ୍ୟମରେ ଶିକ୍ଷା, ଚିକିତ୍ସା, ପାନୀୟଜଳ ଓ ଜୀବିକା ସହାୟତା ଦେଉଛି । ଏହି ସଫଳତାକୁ ନେଇ ଓଏମସି କର୍ମଚାରୀ ଓ ଅଧିକାରୀମାନେ ଖୁସି ପ୍ରକାଶ କରିଛନ୍ତି । ସହଜ ଭାଷାରେ କହିଲେ, ଓଏମସି ଏବେ ଓଡ଼ିଶାର ଉନ୍ନତିରେ ଆଉ ଏକ ନୂଆ ମାଇଲଷ୍ଟୋନ୍ ସୃଷ୍ଟି କରିଛି ।

Tags: